।। ମୁନିଗୁଡ଼ା ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।।

Jun 21, 2024 - 16:16
 0  11
।। ମୁନିଗୁଡ଼ା ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ୨୧/୬/୨୦୨୪ ତାରିଖ ପଞ୍ଚାୟତ ସମିତି ମୁନିଗୁଡା ତରଫରୁ ସକାଳୁ ୬ ଘଣ୍ଟା ଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଆଜି ମୁନିଗୁଡ଼ା ମହାବିଦ୍ୟାଳୟ ଡ଼ିଗ୍ରୀ କଲେଜ ର ମିଳିତ ଉଦ୍ୟମରେ ଡିଗ୍ରୀ କଲେଜ ଖେଳ ପଡ଼ିଆ ଠାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଅବସର ରେ ମୁନିଗୁଡା ଡ଼ିଗ୍ରୀ କଲେଜର ଅଧ୍ୟାପକ ହୃଷିକେଶ ଜାଲି,ଚତୃଭୂଜ ବନଞ୍ଚର ଓ ମୁନିଗୁଡ଼ା ପଞ୍ଚାୟତ ସମିତି ତରଫରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ , କୈଳାସ ଚନ୍ଦ୍ର ପାତ୍ର, ସୁତାର ଜେଇ, ମୁନିଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନୀଲ କୁମାର ଜାଦବ,ଙ୍କ ତତ୍ବାବଧାନରେ ଯୋଗ ଶିଵିର ଆରମ୍ଭ କରାଯାଇଥିଲା। ଉକ୍ତ ଯୋଗ ଦିବସ ରେ ପ୍ରଥମେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀ ମତୀ ଦୁଖୀନୀ ନୁଣ୍ଡୃକା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାରମ୍ଭ ରେ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦିପ ପ୍ରଜୋଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ଡୀଗ୍ରୀ କଲେଜର ୨୦୦ ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିବା ସହିତ ପ୍ରାଣାୟମ ,ଓ ସୁର୍ଯ୍ୟ ଆସନ, ପଦ୍ମା ଆସନ ,ଆଲମ ବିଲମ୍,ଭଳି ବିଭିନ୍ନ ଯୋଗା ଆସନ କରିଥିଲେ।ସେହି ଭଳି ଆୟୋଜକ ମୁନିଗୁଡା ଯୋଗ ପ୍ରଚାର ସମିତି ତରଫରୁ ବାସବୀ କନ୍ୟକା ପରେମେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଯୋଗ ଗୁରୁ ଡ଼ଃ ,ଶ୍ରୀ ହରିଭାଇ ଆର୍ଯ୍ୟାନ୍ ଯୋଗଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦିପ ପ୍ରଜୋଳନ କରି ଉଦଘାଟନ କରିଥିଲେ । ଏଥିସହ ଉକ୍ତ ଯୋଗ ଶିବିରରେ ବିଷମକଟକ ଏସ୍ ଡି ପିଓ ,ସନ୍ତୋସୀନୀ ଓରାମ, ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିବା ବେଳେ । ଯୋଗ ଗୁରୁ ହରି ଭାଇ ଆର୍ଯ୍ୟନ୍ ଙ୍କ ତରଫରୁ ଏସ୍ ଡି ପିଓ ସନ୍ତୋସୀନୀ ଓରାମ, ଙ୍କୁ ,ସମ୍ମାନୀତ କରାଯାଇଥିଲା,। ସେହିପରି ଆୟୋଜକ ମୁନିଗୁଡ଼ା ଯୋଗ ପ୍ରସାର କମିଟି ପକ୍ଷରୁ ବିଶିଷ୍ଟ ଯୋଗ ଗୁରୁ ଡ଼ଃ ହରି ଭାଇ ଆର୍ଯ୍ୟନ୍ ଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ। ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ କନ୍ୟକା ପରମୈଶ୍ଵରୀ ମନ୍ଦିରରେ ୧୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଉପସ୍ଥିତ ଥିବା ସମସ୍ତ ଯୋଗ ପ୍ରେମି ମାନଙ୍କୁ କିଭଳି ଯୋଗ ଆସନ କରିବା ଓ ଯୋଗ ଦ୍ଵାରା ନୀରୋଗ କିପରି ସ୍ଵାସ୍ଥ୍ୟ ସୁସ୍ଥ ରହିବା ବୋଲି ବିଭିନ୍ନ ଯୋଗ ଆସନ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ଯୋଗ ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଓ ଯୋଗ ପ୍ରଶିକ୍ଷଣ କାରୀ ମାନଙ୍କୁ ସନ୍ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ବିଜେପି ନେତା ରାମଚନ୍ଦ୍ର ଵେହେରା, ମୀନକେତନ ସଡଙ୍ଗୀ,ଗାଣ୍ଟେଡ୍ ଗୈରୀ,ସେହିପରି ବଜରଙ୍ଗଦଳ ଭୀମ ବେହେରା, ପଦ୍ମ ବେହେରା, ସୁବାଷ ଗୈଡ, ଉତ୍ତମ ଦାସ, ପ୍ରମୋଦ ସାହୁକାର, ପ୍ରମୁଖ ପରିଚାଳନା ରେ ସୋହଯୋଗ କରିଥିଲେ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ