।। ମୁନିଗୁଡ଼ା ମହୋତ୍ସବର ଉଦଯାପନୀ ସନ୍ଧ୍ୟା:ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ।।

Dec 24, 2023 - 21:11
 0  27
।। ମୁନିଗୁଡ଼ା ମହୋତ୍ସବର ଉଦଯାପନୀ ସନ୍ଧ୍ୟା:ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ।।

ମୁନିଗୁଡ଼ା: ତା୨୪-୧୨ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ଅନୁଷ୍ଠିତ ମୁନିଗୁଡ଼ା ମହୋତ୍ସବର ଆଜି ଥିଲା ଅନ୍ତିମ ସନ୍ଧ୍ୟା ଉଦଯାପନୀ ଦିବସ।ସନ୍ଧ୍ୟାରେ ମାଆ ଠାକୁରାଣୀଙ୍କ ମାର୍ଜନା ପରେ ଆରମ୍ଭ ହୋଇଥିଲା ଅନ୍ତିମ ସନ୍ଧ୍ୟାର ଅନୋଖା ଆସର।ଆଦିବାସୀ ବାଇଦ ଢେମେଶାର ତାଳେତାଳେ ଖଜୁରୀ ପଦର ଗାଆଁ ମାଆ ମାଣିକେଶ୍ଵରୀ ଲୋକନୃତ୍ୟ ଗ୍ରୁପର ଆକର୍ଷଣୀୟ ଅଭିନୟ ସଚେତନ ଭରା ଲୋକନୃତ୍ୟ ଦର୍ଶକ ମାନଙ୍କୁ ଅଭିଭୂତ କରିଦେଇଥିଲା।ପରେ ମହୋତ୍ସବର ମୁଖ୍ୟ ସଂଯୋଜକ କ୍ଷମା ସାଗର ଦାସଙ୍କ ସଂଯୋଜିତ ମହୋତ୍ସବ ମଞ୍ଚରେ ମୁଖ୍ୟ ଅତିଥଭାବେ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡରୁକା,ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ବ୍ଲକ ବିଜେଡି ସଭାପତି ରତନଲାଲ ଜୈନ,ପ୍ରେସ କ୍ଲବ ସଭାପତି ରାଜିବଲୋଚନ ଦାସ,ସରପଞ୍ଚ ସରସ୍ଵତୀ ଶବର,ମୁନିଗୁଡ଼ା ନିୟୁଜା ମୁଖ୍ୟ ପରିଚାଳକ ଗଣେଶ୍ୱର ରାଓ,ଆଇନଜୀବି ସୁଧାକର ମହାରଣା,ଯୁବନେତା ଶିମାଞ୍ଚଳ ଦାସ,ପୋଲିସ ଅଫିସର ଚକ୍ରଧର ବେହେରା ପ୍ରମୁଖ ଉପସ୍ଥିତ ରହି ମୁନିଗୁଡ଼ା ମହୋତ୍ସବର ବର୍ତ୍ତମାନ ସ୍ଥିତି,ଭବିଷ୍ୟତ ଉପରେ ମନ୍ତବ୍ୟ ରଖିବା ସହିତ ଆୟୋଜକ ସାହୁ ବ୍ରଦର୍ସ ଓ ନେତାଜୀ କ୍ଳବର ସାହାସୀ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।ଆଗାମୀ ବର୍ଷ ଏହି ଉତ୍ସବକୁ ମହା ଆଡମ୍ବର ଓ ଭବ୍ୟ ଢଙ୍ଗରେ ପାଳନ କରିବା ସହିତ ସମଗ୍ର ମୁନିଗୁଡ଼ା ବାସୀଙ୍କୁ ଏଥିରେ ଯୋଡ଼ିବାକୁ ଅତିଥିମାନେ ପ୍ରତିଶ୍ରୁତି ଓ ପରାମର୍ଶ ଦେଇଥିଲେ।ମୁନିଗୁଡ଼ା ମହୋତ୍ସବ ଖମଣସାହି ସ୍ଥିତ ନେତାଜୀ କ୍ଲବ ପରିସରରେ ଜନ୍ମ ନେଇଥିବାରୁ ଏହାର ଆୟୋଜକ ହିସାବରେ ସେମାନେ ଆଗାମୀ ମହୋତ୍ସବର ଗୁରୁ ଦାୟିତ୍ୱ ସଭିଙ୍କୁ ନେଇ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।ନେତାଜୀ କ୍ଲବ୍ ଓ ଆୟୋଜକ ସାହୁ ଭାତ୍ରୁ ଦ୍ଵୟଙ୍କ ତରଫରୁ ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା।ସଂଯୋଜକ ଶ୍ରୀଯୁକ୍ତ ଦାସ ଏହି ମହୋତ୍ସବର ମହାନାୟକ ଓ ସୂତ୍ରଧର ବିଶିଷ୍ଟ ଉପସ୍ଥାପକ ଅରୁଣ କୁମାର ସାହୁ ଓ ନୃତ୍ୟଗୁରୁ ଅମିତ କୁମାର ସାହୁଙ୍କ ମୁନିଗୁଡ଼ା ମାଟି ପ୍ରତି ଥିବା ସେମାନଙ୍କ ନିଷ୍ଠା ଓ ପ୍ରୀତିର ପ୍ରତୀକ ହେଉଛି ମୁନିଗୁଡ଼ା ମହୋତ୍ସବ।ନେତାଜୀ କ୍ଲବ୍ ତରଫରୁ ଦୁଇ ଭାଇଙ୍କୁ ସମ୍ମାନିତ କରାଯାଇଥିବା ବେଳେ କ୍ଳବର୍ ସଭାପତି ଉତ୍ତମ କୁମାର ବେହେରା,ସମ୍ପାଦକ ଡମ୍ବରୁ ଭଟିଙ୍କୁ ମଧ୍ୟ ମହୋତ୍ସବ ତରଫରୁ ସମ୍ମାନିତ କରାଯାଇଥିଲା।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଈ ପୋଲିସ ଅଫିସର ଶ୍ରୀଯୁକ୍ତ ଚକ୍ରଧର ବେହେରା ସଭିଙ୍କୁ ବିମୋହିତ କରି ଦେଇଥିଲେ।ଶେଷରେ ମୁନିଗୁଡ଼ାରେ ଆଜି ଉଦଘାଟିତ ହୋଇଥିବା ଜେ ଏମ ଏଫ୍ ସି କୋର୍ଟ ପାଇଁ ସଂଗ୍ରାମ ଚଳାଇଥିବା ମୁନିଗୁଡ଼ା ବାସୀ,ପ୍ରେସ କ୍ଲବ ଓ ବାର ଆସୋସେଷନକୁ ମହୋତ୍ସବ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।ଏହି କୋର୍ଟ ମୁନିଗୁଡ଼ାରେ ସ୍ଥାପନା ପାଇଁ ପ୍ରାରମ୍ଭିକ ସମୟରେ ସଂଗ୍ରାମର ପ୍ରମୁଖ ସୂତ୍ରଧର ଆଇନଜୀବି ସୁଧାକର ମହାରଣାଙ୍କୁ ମୁନିଗୁଡ଼ା ମହୋତ୍ସବ ତରଫରୁ ଅତିଥି ବିଜେଡି ସଭାପତି ରତନଲାଲ ଜୈନ ଓ ବିଜେଡି ନେତା ଜଗନ୍ନାଥ ନୁଣ୍ଡରକା ସମ୍ବର୍ଦ୍ଧିତ କରିଥିଲେ।ପରେ ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା।କଳାକାର ମାନଙ୍କୁ ଅତିଥିମାନେ ପୁରସ୍କାର ସହିତ ସମ୍ମାନିତ କରିଥିଲେ।ନେତାଜୀ କ୍ଲବ୍ ସଦସ୍ୟ ବାନା ମାଳି,ପାଣ୍ଡବ ଭାଇ,ଶିବ ଭାଇ,ତନୁ,ବସନ୍ତ,ଚନ୍ଦନ, ରମେଶ,ଯାଦବ,ଠାକୁର ଓ ଉପଦେଷ୍ଟା ଜଗା ଶବର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ