।। ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକ ।।

Jul 9, 2024 - 19:24
 0  13
।। ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକ ।।

ମୁନିଗୁଡ଼ା: ନ୍ୟିୟୁଜ୍: ତା୯-୭ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଭାକକ୍ଷରେ ରୋଗୀ କଲ୍ୟାଣ ସମିତି ବୈଠକ ମୁଖ୍ୟ ମେଡିକାଲ ଅଫିସର ଡ଼ା.ଆଶିଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଓ ମେଡିକାଲ ପୋଗ୍ରାମ ଅଫିସର ତପନ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି।ଏହି ଗଭର୍ଣିନିଂ ବଡ଼ି ମିଟିଂରେ ମୁଖ୍ୟ ଅତିଥିଭାବେ ରୋଗୀ କଲ୍ୟାଣ ସମିତିର ଚେୟାରମେନ ବିଷମକଟକ ବିଧାନ ସଭା କ୍ଷେତ୍ରର ମାନ୍ୟବର ବିଧାୟକ ନୀଳମାଧବ ହୀକକା,ସମ୍ମାନିତ ଅତିଥିଭାବେ ସହକାରୀ ଚେୟାରମେନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକା,ସହକାରୀ ଯନ୍ତ୍ରୀ ଐଶୁର୍ଯ୍ୟ ଭଞ୍ଜଦେଓ,ଡାକ୍ତର ଅନୀଲ ବେହେରା,ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ବୈଠକ ଆରମ୍ଭ କରିଥିଲେ।ବୈଠକ ପୂର୍ବରୁ ମେଡିକାଲ ପୋଗ୍ରାମ୍ ଅଫିସର ଶ୍ରୀଯୁକ୍ତ ପଣ୍ଡା ଓ ମେଡିକାଲ ସମ୍ପ୍ରସାରଣ ଅଧିକାରିଣୀ ସଂଯୁକ୍ତା ଗୋମାଙ୍ଗା ନୂତନ ବିଧାୟକଙ୍କୁ ସ୍ବାଗତ କରି ସଭାକକ୍ଷକୁ ପାଛୋଟି ଆଣିଥିଲେ।ବୈଠକ ଆରମ୍ଭ ପୂର୍ବରୁ ବିଧାୟକ ବେଡ଼ରେ ଥିବା ରୋଗୀ ମାନଙ୍କୁ ବୁଲି ଦେଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ।ପରେ ବୈଠକରେ ବିପିଏମ ରୋଗୀ କଲ୍ୟାଣ ସମିତି ଗଠନ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶନାମା ପଢ଼ି ଶୁଣାଇଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଅସୁବିଧା ସଂପର୍କରେ ବିଧାୟକ ଏବଂ ଉପସ୍ଥିତ ସମିତି ସଦସ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।ବିଶେଷକରି ଆମ୍ବାଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ତିନିବର୍ଷ ତଳେ ବାଇକ୍ ଆମ୍ବ୍ୟୁଲାଂଶ ବାବଦକୁ ଖର୍ଚ୍ଚ ହୋଇଥିବା ୪ଲକ୍ଷ ୩୨ହଜାର ଟଙ୍କା ବକେୟା କିପରି ପରିଶୋଧ ହେବ ସେନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ସୂଚନା ଅନୁଯାୟୀ ରୋଗୀ କଲ୍ୟାଣ ସମିତିକୁ ବାର୍ଷିକ ଅନୁଦାନ ମାତ୍ର ପାଞ୍ଚଲକ୍ଷ ଟଙ୍କା ମିଳିଥାଏ ଏହି ଅର୍ଥରେ ରୋଗୀ କଲ୍ୟାଣ ସମ୍ବନ୍ଧୀୟ ଆନୁଷଙ୍ଗିକ ଖର୍ଚ୍ଚ କମିଟି ଅନୁମୋଦନ ପରେ ଖର୍ଚ୍ଚ ହୋଇଥାଏ।ମୁନିଗୁଡ଼ା ଅଞ୍ଚଳରେ ବ୍ଲିଚିଂ ଅଭାବ,ଅପହଞ୍ଚ ଇଲାକାକୁ ନିୟମିତ ଡାକ୍ତର ସେବା,ଆମ୍ବୁଲାନ୍ସ ସେବା ଯୋଗାଇବା ସହ ବର୍ଷା ଦିନେ ହେଉଥିବା ଡେଙ୍ଗୁ,ମେଲେରିଆ ଓ ଝାଡାବାନ୍ତି ରୋଗ ପାଇଁ ଆଲୋଚନା ହୋଇଥିଲା।ଏହି ବୈଠକରେ ନୀଳାମ୍ବର ହୀକାକା,ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସ,ସାମ୍ବାଦିକ ମନୋରଞ୍ଜନ ଦଳାଇ,ଅଜିତ ଗୌଡ଼,ସିଦିପିଓ ଡାଳିମ୍ବ ନାୟକ,ଅନଙ୍ଗ ନାଗ,ରମେଶ ପାଲାକା,ଏବିଓ ପ୍ରସନ ପାତ୍ର ଭାଗ ନେଇଥିଲେ।ମେଡିକାଲ ହିସାବ ରକ୍ଷକ ଦିପେଶ କୁମାର ଜାନି ବାର୍ଷିକ ହିସାବ ପ୍ରଦାନ କରିଥିଲେ। ଲକ୍ଷ୍ମଣ ବାଗ, ବିଡିଏମ ସୋମିତା ଦାସ ପ୍ରମୁଖ ସହାୟତା କରିଥିଲେ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ