।। ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର ଦାବିପତ୍ର ।।

Jan 29, 2024 - 18:40
 0  22
।। ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର ଦାବିପତ୍ର ।।

କୋରାପୁଟ,, ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ ସ୍କିମ୍ କାର୍ଯ୍ୟକାରୀ କରିବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟ ଓୟୁଜେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ଡାକରା ରେ ଏହାର ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କୋରାପୁଟ ଜିଲ୍ଲାପାଳ ଙ୍କ ଜରିଆ ରେ ଏକ ଦାବି ପ୍ରଦାନ କରିଥିଲେ।ରାଜ୍ୟର ସର୍ବବୃହତ ସାମ୍ବାଦିକ ସଂଗଠନ ଓଡିଶା ୟୁନିଅନ ଅଫ୍ ଜର୍ନା୍ଲିଷ୍ଟ ସାମ୍ବାଦିକ ମାନଙ୍କ ପାଇଁ ପେନ୍‌ସନ୍‌ ସ୍କିମ୍‌କୁ କାର୍ଯ୍ୟକାରୀ କରିବାରେ ଉଦ୍ୟମ ରତ ଅଛନ୍ତି । ଏହା ବ୍ୟତୀତ ମହାରାଷ୍ଟ୍ର ଏବଂ ଛତିଶଗଡ ସରକାରଙ୍କ ଦ୍ୱାରା କରାଯାଇଥିବା ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଭଳି ଓ ହରିୟାଣା, ଆସାମ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ସମେତ ଅନେକ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ତି | ବର୍ତ୍ତମାନ ଏହି ରାଜ୍ୟଗୁଡିକ ମଧ୍ୟରୁ କେତେକ ପେନ୍‌ସନ୍‌ ପରିମାଣ ବୃଦ୍ଧି କରିବାକୁ ଘୋଷଣା କରିସାରିଛନ୍ତି।ଓଡିଶା ସରକାର ଶୀଘ୍ର ଆମ ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ଏକ ଉପଯୁକ୍ତ ପେନ୍ସନ୍ ଯୋଜନା ଘୋଷଣା କରିବାକୁ ଦାବି ହୋଇଛି।ଓଡ଼ିଶାର ଅନେକ ସାମ୍ବାଦିକ ଅବସର ପରେ ଏକ ଦୁଃଖଦ ଜୀବନ ବିତାଉଛନ୍ତି, ପେନ୍ସନ୍ ସ୍କିମ୍ ଘୋଷଣା ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ସାମାଜିକ ନିରାପତ୍ତାର ଏକ ବଡ଼ ନିଶ୍ଚିତତା ହେବ। ସରକାରଙ୍କ ଦ୍ୱାରା ଏପରି ଉଦାରତା ସାମ୍ବାଦିକମାନଙ୍କ ପରିବାର ସଦସ୍ୟଙ୍କ ମୁହଁରେ ହସ ଆଣିଦେବ। ପୂର୍ବରୁ କୋଭିଡ -୧୯ ରେ ମୃତ୍ୟୁ ହୋଇଥିବା ଏବଂ ସ୍ୱାସ୍ଥ୍ୟ ବୀମା କଭରେଜକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।ଏଣୁ ନିର୍ବାଚନ ପୂର୍ବରୁ ଦାବି ପୂରଣ ପାଇଁ ଦାବି କରାଯାଇଛି। କୋରାପୁଟ ଜିଲ୍ଲା ସଭାପତି ଦିଲୀପ ମହାନ୍ତି ଙ୍କ ନେତୃତ୍ୱ ରେ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗଉଡ଼,କାର୍ଯ୍ୟକାରୀ ସଭାପତି ରଞ୍ଜନ ଦାସ,ଉପଦେଷ୍ଟା ପରୀକ୍ଷିତ ବିଶ୍ୱାଳ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶଧର ରାଉତ,ବରିଷ୍ଟ ସଭ୍ୟ ଅଜୟ ସାହୁ, ଆଇନ ପରାମର୍ଶ ଦାତା ଵାଲା ରାୟ,କାର୍ଯ୍ୟକାରୀ ସଦସ୍ୟ ଟି ଗୌରୀ ଶଙ୍କରଓ କୃଷ୍ଣ ଚନ୍ଦ୍ର ସ୍ୱାଇଁ,ରାଜ୍ୟ ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକ,ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଘନ ଶ୍ୟାମ ରଥ, ଉପସଭାପତି ଅମିତାଭ ବେହେରା ପ୍ରମୁଖ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ