ମିଳିତ ଯିହୋବା ଯିରି ପେଷ୍ଟିକୋଷ୍ଟାଲ ମଣ୍ଡଳୀ ଚର୍ଚ୍ଚ , ନବରଙ୍ଗପୁର ସ୍ଥିତ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Dec 8, 2025 - 14:57
 0  15
ମିଳିତ ଯିହୋବା ଯିରି ପେଷ୍ଟିକୋଷ୍ଟାଲ ମଣ୍ଡଳୀ ଚର୍ଚ୍ଚ , ନବରଙ୍ଗପୁର ସ୍ଥିତ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର, ( ରଞ୍ଜିତ ନାୟକ ) ତା: ୦୭.୧୨.୨୦୨୫ ରିଖ: ମିଳିତ ଯିହୋବା ଯିରି ପେଷ୍ଟିକୋଷ୍ଟାଲ ମଣ୍ଡଳୀ ଚର୍ଚ୍ଚ ନବରଙ୍ଗପୁର ସ୍ଥିତ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଦିନକୁ ଦିନ ଶିଶୁ ଉପରେ ଚାଲିଥିବା ଅତ୍ୟାଚାର ଅସହ୍ୟ ହେବାରେ ଲାଗିଛି ! ଏହା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି ! ଆଜି ଶିଶୁ ହେଲ୍ପଲାଇନ ଜିଲ୍ଲା ପ୍ରକଳ୍ପ ସଂଜଜିକI ଚିନ୍ମୟୀ ନାୟକ ନେତୃତ୍ୱରେ ଶିଶୁ ମାନଙ୍କ ପାଇଁ ୧୦୯୮ ଟୋଲ ଫ୍ରି ନମ୍ବର ସମ୍ପର୍କ ରେ ସମସ୍ତ ଙ୍କୁ ଅବଗତ କରି ଥିଲେ ,ଶିଶୁ ହେଲ୍ପଲାଇନ ପରାମର୍ଶ ଦାତ୍ରି ନିହାରିକା ଟାକ୍ରି ,କେସ ୱାର୍କର ଚତୁର୍ଭୁଜ ନାୟକ ଯୋଗ ଦେଇ ଶିଶୁ ହେଲ୍ପଲାଇନ ର କାର୍ଯ୍ୟକାରିତା ,ଆଇନ ର କାର୍ଯ୍ୟକାରିତା,ବାଲ୍ୟବିବାହ ,ଶିଶୁ ଚାଲାଣ ,ଶିଶୁ ଶ୍ରମିକ ,ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ବିଷୟ ରେ ଆଲୋକ ପାତ କରି ଥିଲେ ! ଏହି କାର୍ଯ୍ୟକ୍ରମ ରେ ମହିଳା ସଶକ୍ତିକରଣ କର୍ମୀ ସରିତା ବାଘ ଜିଲ୍ଲା ର କୌଣସି ମହିଳା ପାରିବାରିକ ହିଂସା ରେ ସମ୍ମୁଖୀନ ହେଲେ ୧୮୧ ଟୋଲ ଫ୍ରି ନମ୍ବର ରେ ଯୋଗାଯୋଗ କରିବା ପାଇଁ କହିଥିଲେ ! ପରିଶେଷରେ ଜିଲ୍ଲା ପ୍ରକଳ୍ପ ସଂଜଜିକI ଚିନ୍ମୟୀ ନାୟକ ବାଲ୍ୟବିବାହ ନ କରିବା ନିମନ୍ତେ ଏକ ଶପଥ ପାଠ କରାଇ ଥିଲେ ମିଳିତ ଯିହୋବା ଯିରି ପେଷ୍ଟିକୋଷ୍ଟାଲ ମଣ୍ଡଳୀ ଚର୍ଚ୍ଚ ର ବିଶପ ଖ୍ରୀଷ୍ଟଡନ ନାଗ ଏହି ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ