ମାସା ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

Jan 30, 2026 - 06:15
 0  4
ମାସା ସଂଗଠନ ପକ୍ଷରୁ  ସମ୍ବର୍ଦ୍ଧନା

ରାଇରଙ୍ଗପୁର ସିଟି ୨୯/୧(ଇ ମି ସ )ଆଦିବାସୀ ସାନ୍ତାଳୀ ଭାଷାର ପ୍ରଚାର , ପ୍ରସାର, ସମାଜ ସଂସ୍କାର, ସଂସ୍କୃତି ଉଜ୍ଜୀବୀତ କରିବା ଆଜୀବନ ସାଧନା ନେଇ ରାଇରଙ୍ଗଗପୁର ମାଟିର ସୁଯୋଗ୍ୟ ସନ୍ତାନ ଚରଣ ହେମ୍ବ୍ରମ ଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧୀ ପାଇଁ ମନୋନୀତ କରାଯାଇଛି ।ଚରଣ ହେମ୍ବ୍ରମ ଜଣେ ଅମାୟିକ,ସରଳ,ଶାନ୍ତଶିଷ଼୍ଟ,, ହସ ହସ ମୁଖ, ସାରସ୍ବତ ସାଧକ, ସମାଜରେ ଡାହାଣୀ ଅନ୍ଧ ଵିଶ୍ବାସକୁ ଦୂର ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା, ବିଭିନ୍ନ ସାନ୍ତାଳୀ ସଂଗଠନର ସଦସ୍ୟ, ସାନ୍ତାଳୀ ସଂସ୍କୃତିକୁ ଲୋକଲୋଚନକୁ ଆଣିବା, ବହୁ ସାନ୍ତାଳୀ କବିତା, ବହୁ ଗୀତ ସଙ୍କଳନ କରିଛନ୍ତି ।ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ବ୍ଳକର ହଳଦା ପଞ୍ଚାୟତର ନୂଆଗାଁ ନିବାସୀ ୦୯/୦୨/୧୯୫୨ ମସିହାରେ ସ୍ବର୍ଗତ ଶାଙ୍କ ହେମ୍ବ୍ରମ ଙ୍କ ସୁପୁତ୍ର ଚରଣ ହେମ୍ବ୍ରମ ଜନ୍ମ ଗ୍ରହଣ କରିଥିଲେ ।୧୯୭୧ ମସିହାରେ ମେଟ୍ରିକ୍ ପାସ୍ କରିଥିଲେ।ପିଲାଟିଦିନରୁ ସାନ୍ତାଳୀ ଭାଷା , ସବୁପ୍ରକାର ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ ।ବହୁ ଅନୁଷ୍ଠାନରୁ ସେ ପୁରସ୍କୃତ ହୋଇଛନ୍ତି ।ଆଜୀବନ ସାରସ୍ବତ ସାଧକ ଚରଣ ହେମ୍ବମଙ୍କୁ ଭାରତ ସରକାରଙ୍କ ତରଫରୁ ସମସ୍ତ ନିୟମ ଅନୁଯାୟୀଓ ବିଚାରକୁ ନେଇ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ପାଇଁ ମନୋନୀତ କରାଯାଇଛି ।ପଦ୍ମଶ୍ରୀ ଉପାଧୀ ପାଇଁ ତାଙ୍କୁ ମନୋନୀତ ଖବର ପ୍ରଚାର ହେବା ପରେ ପ୍ରଶଂସାର ସୁଅ ତାଙ୍କ ପାଖକୁ ଛୁଟୁଛି ।ମାସାସଂଗଠନର ତାଙ୍କ ବାସଭବନକୁ ଯାଇ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ