ମାଲକାନଗିରି ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ

Jan 21, 2026 - 04:33
 0  10
ମାଲକାନଗିରି ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି  ଉଦ୍ଘାଟିତ

ମାଲକାନଗିରି, ୨୦/୧/୨୬: ମାଲକାନଗିରି ଜିଲ୍ଲା ର କୃଷି ବିଭାଗ ର “ଶ୍ରୀ ଅନ୍ନ ଅଭିଯାନ” ଯୋଜନା ଅଧୀନରେ ଆଜି ମାଥିଲି ବ୍ଲକ୍ ଅନ୍ତର୍ଗତ ନୂଆଗୁଡ଼ (ଚେଡେଙ୍ଗା) ଠାରେ ଖରିଫ ବିପଣନ ଋତୁ ୨୦୨୫-୨୬ର ପ୍ରଥମ ରାଗି କ୍ରୟ ମଣ୍ଡି ଉଦ୍ଘାଟିତ ହୋଇଛି। ଏହି ମଣ୍ଡିର ଉଦ୍ଘାଟନ ଦ୍ୱାରା ସ୍ଥାନୀୟ କ୍ଷୁଦ୍ର ଓ ସୀମାନ୍ତ କୃଷକମାନଙ୍କୁ ତାଙ୍କ ଉତ୍ପାଦିତ ରାଗିକୁ ନ୍ୟୁନତମ ସମର୍ଥନ ମୂଲ୍ୟରେ ( ଏମଏସପି) ୪୮୮୬/- ରେ ବିକ୍ରି କରିବାର ସୁଯୋଗ ମିଳିବ। ଏ ବର୍ଷ ମାଲକାନଗିରି ଜିଲ୍ଲାର ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ, କୋରୁକୋଣ୍ଡା, କାଲିମେଳା ଏବଂ ମାଲକାନଗିରି ବ୍ଲକର ୩୨ ଟି ମଣ୍ଡି ଜରିଆରେ୫୦,୦୦୦ କ୍ଵିଣ୍ଟାଲ ର ମାଣ୍ଡିଆ କିଣା ଯିବା ପାଇଁ ଜିଲ୍ଲା ସ୍ତରୀୟ ମାଣ୍ଡିଆ କ୍ରୟ କମିଟିରେ ନିର୍ଣ୍ଣୟ କରାଯାଇଛି। ଏହି ଉଦ୍ଘାଟନ ଉତ୍ସବରେ ବିଧାୟକ ଚିତ୍ରକୋଣ୍ଡା ମଙ୍ଗୁ ଖିଲ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ ପାଢ଼ୀ, ନିୟନ୍ତ୍ରିତ ବଜାର କମିଟି ସେକ୍ରେଟେରି ସଂଜୟ କୁମାର ଦାସ, ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍ ର ବ୍ରାଞ୍ଚ ମ୍ୟାନେଜର ବିକ୍ରମ ସିଂ, ନୂଆଗୁଡା ପଞ୍ଚାୟତର ସମିତି ସଭ୍ୟ ଡମ୍ବରୁଧର ପେରମା ଏବଂ ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଆଲୋକ ପୁରୋହିତ ଉପସ୍ଥିତ ରହି କହିଥିଲେ ଯେ, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେବା ସହ କୃଷକଙ୍କ ଆୟ ବୃଦ୍ଧି ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରାଯାଉଛି। ରାଗି ପରି ପୋଷ୍ଟିକ ଧାନ୍ୟର ପ୍ରଚାର-ପ୍ରସାର ଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉନ୍ନତି ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି କ୍ରୟ ମଣ୍ଡି ମାଧ୍ୟମରେ ସ୍ୱଚ୍ଛ ଓ ସୁବିଧାଜନକ କ୍ରୟ ପ୍ରକ୍ରିୟା, ସମୟୋଚିତ ଭୁଗତାନ ଓ ମଧ୍ୟସ୍ଥ ବିହୀନ ବ୍ୟବସ୍ଥା ନିଶ୍ଚିତ ହେବ। ସ୍ଥାନୀୟ କୃଷକମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ଖୁସି ପ୍ରକାଶ କରିଛନ୍ତି। ଅନୁଷ୍ଠାନରେ କୃଷି ବିଭାଗର ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ବହୁ ସଂଖ୍ୟକ କୃଷକ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ