ମାଲକାନଗିରି ଜିଲ୍ଲାର ନୂତନ ଆମ୍ବୁଡ଼ସମ୍ୟାନ ହେଲେ ନୃସିଂହ ଚରଣ ମହାନ୍ତି
ମାଲକାନଗିରି, ୨୭।୯: ମାଲକାନଗିରି ଜିଲ୍ଲାରେ ନୂତନ ଆମ୍ବୁଡ଼ସ ମ୍ୟାନ ଭାବେ ନୃସିଂହ ଚରଣ ମହାନ୍ତିଙ୍କୁ ଚୟନ କରାଯାଇଛି। ଜିଲ୍ଲାର ଏହି ଗୁରୁତ୍ଵପୂର୍ଣ ପଦବୀ ଗତ ଦୁଇ ବର୍ଷ ଧରି ଖାଲି ରହିଥିଲା। ଏହି ପଦବୀର ଅନେକ ଭୂମିକା ଓ ମହତ୍ଵ ରହିଛି, ତେବେ ପଦବୀ ଦୌଡରେ ଅନେକ ବ୍ୟକ୍ତି ବିଶେଷ ରହିଥିବା ବେଳେ ପରିଶେଷରେ ଏହି ପଦବୀ ପାଇଁ ଶ୍ରୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଦୀର୍ଘ ବର୍ଷ ଧରି ଶ୍ରୀ ମହାନ୍ତି ଜିଲ୍ଲାର ଜଣେ କ୍ଷ୍ୟାତନାମ ତଥା ବରିଷ୍ଟ ଆଇନଜୀବୀ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଜିଲ୍ଲାରେ ସେ ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଚିତ ଅଟନ୍ତି। ଅନେକ ସମୟରେ ସେ ଅସହାୟ ଓ ଗରିବ ଲୋକଙ୍କୁ ସହାୟତା ପ୍ରଦାନ ଭଳି କାର୍ଯ୍ୟ ଠାରୁ ଆରମ୍ଭ କରି ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ, ଦାଦନ ଶ୍ରମିକ ଭଳି ପ୍ରଥା ବନ୍ଦ ଦିଗରେ ସେ ବେସ ଦ୍ରୁଷ୍ଟି ଦେଉଥିଲେ। ସେ କିଛି ଦିନ ସାମ୍ବାଦିକତା ବି କରିଥିଲେ । ଜଣେ ବରିଷ୍ଟ ଆଇନଜୀବୀ ଭାବେ ଅନେକ ଗରିବ ଓ ଅସହାୟ ଲୋକଙ୍କୁ ବିଭିନ୍ନ ମାମଲାରେ ସହାୟତା କରିଛନ୍ତି। ସୂଚନା ଥାଉକି ଶ୍ରୀ ମହାନ୍ତି ପୂର୍ବରୁ ଜିଲ୍ଲା ଓକିଲ ସଂଘର ସଭାପତି, ଜିଲ୍ଲା ଲୟର୍ସ ଆସୋସିଏସନ ସଭାପତି, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି। ତେଣୁ ତାଙ୍କୁ ଏହି ପଦବୀର ଦାୟିତ୍ଵ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇବା ସହ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଶୁଭେଛା ଜଣା ଯାଇଛି। ତେବେ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ସଂଖ୍ୟା ୨୭୧୧୯/୨୫ ଅନୁଯାୟୀ ଶ୍ରୀ ମହାନ୍ତିଙ୍କୁ ଏହି ଦାୟିତ୍ଵ ମିଳିଥିବା ଜଣାପଡିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0