।। ମାନବ ସେବା ହିଁ ମାଧବ ସେବା,,,ଡିଜେଲ ନେବାକୁ ଆସିଥିବା କୃଷ୍ଣ ଚନ୍ଦ୍ର ଖଟୁଆ ହଠାତ ହୋଇଗଲେ ଅଚେତ - ମେଦିରତା ପେଟ୍ରୋଲ ପମ୍ପ କର୍ମଚାରୀ ନେଇ କଲେ ଚିକିତ୍ସା ।।

Mar 4, 2024 - 16:51
 0  22
।। ମାନବ ସେବା ହିଁ ମାଧବ ସେବା,,,ଡିଜେଲ ନେବାକୁ ଆସିଥିବା କୃଷ୍ଣ ଚନ୍ଦ୍ର ଖଟୁଆ ହଠାତ ହୋଇଗଲେ ଅଚେତ - ମେଦିରତା ପେଟ୍ରୋଲ ପମ୍ପ କର୍ମଚାରୀ ନେଇ କଲେ ଚିକିତ୍ସା ।।

ଟିଟିଲାଗଡ଼ - ଟିଟିଲାଗଡ ମେଦିରେତା ପେଟ୍ରୋଲ ପମ୍ପକୁ ସକାଳ ପାଖାପାଖି ନ ଟା ସମୟରେ କେସିଙ୍ଗାରୁ କୃଷ୍ଣ ଚନ୍ଦ୍ର ଖଟୁଆ ଡିଜେଲ ନେବାକୁ ଆସିଥିଲେ। ଅଫିସ ଭିତରେ କଥା ହେଉ ହେଉ ଅଚେତ ହୋଇଯାଇଥିଲେ ଖଟୁଆ। ଏହା ଦେଖି ପେଟ୍ରୋଲ ପମ୍ପ ମ୍ୟାନେଜର ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଏବଂ ଅନ୍ୟ ପେଟ୍ରୋଲ ପମ୍ପ କର୍ମଚାରୀ ମିଶି ତାଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଆଣୀ ଭର୍ତ୍ତି କରିବା ସହ ଚିକିତ୍ସା କରାଇଥିଲେ। ତେବେ ମେଦିରେତା ପେଟ୍ରୋଲ ପମ୍ପ ମ୍ୟାନେଜର ତଥା କର୍ମଚାରୀଙ୍କ ଏହି ସେବା କାର୍ଯ୍ୟ ପାଇଁ ସହରରେ ସେମାନଙ୍କୁ ପ୍ରଶଂସା କରୁଛନ୍ତି। ଯୁବ ସାମ୍ୱାଦିକ ଶ୍ରୀ ସଞ୍ଜୟ କୁମାର ନାୟକ ସାଧୁବାଦ ଜଣାଇ ମଣିଷ ଜୀବନରେ କିଏ କାହାକୁ କେତେବେଳେ ସାହାଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି , ଆଜିର ଯୁଗରେ ଭାଇ ଭାଇକୁ ପଚାରୁ ନ ଥିବା ବେଳେ ଏହି ଭଳି ସାହାଯ୍ୟ ଲୋକଙ୍କୁ ନିଶ୍ଚୟ କିଛି ଶିକ୍ଷା ଦେବ ବୋଲି କହିଥିଲେ। କୃଷ୍ଣ ଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବେଳେ ସାଲାଇନ ଦେବା ଚାଲିଛି, ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି, ସୁସ୍ଥ ହେଲା ପରେ ତାଙ୍କୁ ଛଡ଼ା ଯିବ ବୋଲି ଡାକ୍ତର କହିଛନ୍ତି। କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କର ସମସ୍ତ ଚିକିତ୍ସା ଯୋଗାଇବାରେ ସହଯୋଗ କରିଛନ୍ତି ପେଟ୍ରୋଲ ପମ୍ପ ମ୍ୟାନେଜର ଶ୍ରୀ ସନ୍ତୋଷ ପଟ୍ଟନାୟକ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ