ମାଁ ମାଣୀକେଶ୍ଵରୀ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ମହାମାୟା ଶିକ୍ଷା ଅନୁଷ୍ଠାନ ଦ୍ବାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ଉଦଯାପିତ

ନୂଆପଡା : ତା 04.01.25 ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଗତକାଲି ମହାମାୟା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଅଛି । ଆଜି ସର୍ବମୋଟ ଚାରିଗୋଟି ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଶେଷ କ୍ଵାଟର ଫାଇନାଲ ମ୍ୟାଚ ରେ କେଶିଙ୍ଗା ମହାବିଦ୍ୟାଳୟ ମହାମାୟା ମହାବିଦ୍ୟାଳୟ କୁ ୨-୦ ସେଟ ରେ ପରାସ୍ତ କରି ସେମିଫାଇନାଲ କୁ ଉନ୍ନୀତ ହୋଇଥିଲା । ପ୍ରଥମ ସେମିଫାଇନାଲରେ କୋକସରା ମହାବିଦ୍ୟାଳୟ ମହାମାୟା ମହାବିଦ୍ୟାଳୟ କୁ ୨-୦ ସେଟରେ ହରାଇ ଥିବାବେଳେ ଦ୍ବିତୀୟ ସେମିଫାଇନାଲ ରେ କେଶିଙ୍ଗା ମହାବିଦ୍ୟାଳୟ ମାଁ ମାଣୀକେଶ୍ଵରୀ ବିଶ୍ବବିଦ୍ୟାଳୟକୁ ହରାଇ ଫାଇନାଲ ରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ରେ କେଶିଙ୍ଗା ମହାବିଦ୍ୟାଳୟ କୋକସରା ମହାବିଦ୍ୟାଳୟ କୁ ଏକ ସଂଘର୍ଷପୂର୍ଣ ଖେଳରେ ୨-୦ ସେଟ ରେ ପରାସ୍ତ କରିଥିଲା । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସତ୍ୟ ଭୂଷଣ ସାହୁ, ପୂର୍ବତନ ବିଧାୟକ ପଦ୍ମପୁର , ସମ୍ମାନୀତ ଅତିଥି ଭାବରେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଜିଲ୍ଲା କ୍ରିଡା ଅଧିକାରୀ ,ନୂଆପଡ଼ା ଓ ମହାବିଦ୍ୟାଳୟର ନିର୍ଦେଶକ ଶ୍ରୀ ଟୁକୁ ସାହୁ ପ୍ରମୁଖ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






