ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିନ

ବାରିପଦା - ତା :- ୧୬/୦୫/୨୦୨୫ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚରେ କିସାନ ବ୍ରଦର୍ସ ଫୁଟବଲ କ୍ଲବ ଜୁନିୟର ଫୁଟବଲ କ୍ଲବକୁ ୪- ୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ଛୋଟୁ ୨ ଟି, ମୁନା ସିଂ ଓ ସୁନୀଲ ମୁର୍ମୁ ଗୋଟିଏ ଲେଖାଏଁ ଗୋଲ କରିଥିଲେ I ଦ୍ଵିତୀୟ ମ୍ୟାଚର ୧ମ ସେମିଫାଇନାଲରେ ଭେଟେରାନ ଫୁଟବଲ କ୍ଲବ ଓ଼ଲ୍ଡ ଇଜ ଗୋଲ୍ଡ କୁ ୨ - ୧ ଗୋଲରେ ପରାସ୍ତ କରିଥିଲା I ଭେଟେରାନ ତରଫରୁ ଲଖିରାମ ମାର୍ଣ୍ଡି ଓ ଭାଗିରଥି ସୋରେନ ଗୋଟିଏ ଲେଖାଏଁ ଗୋଲ କରିଥିବା ବେଳେ ଓ଼ଲ୍ଡ ଇଜ ଗୋଲ୍ଡର ବାପି ସିଂ ଗୋଟିଏ ଗୋଲ କରିଥିଲେ I ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ I ଏହି ଅବସରରେ ବରିଷ୍ଠ ଖେଳାଳି କୁମାର ରଞ୍ଜନ ପଣ୍ଡା, ବିନୋଦ କୁମାର ରାମ, ବିଜୟ କୁମାର ଦାସ (ମଣ୍ଟୁ ଦା), କୈଳାଶ ଚନ୍ଦ୍ର ବେହେରା ଓ ଜୀତେନ୍ଦ୍ର ବେହେରାଙ୍କୁ ମୁଖ୍ୟ ଆୟୋଜକ ଲୋହିତ ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଫାଓ ଉପ ସଭାପତି ଅସିତ ପତି, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ସେଙ୍ଗଲ ଦା, ଯଦୁନାଥ ମାଝୀ, ତପନ କୁମାର ସିନ୍ହା, ଉମେଶ ସାହୁ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ ଉପସ୍ଥିତ ଥିଲେ I ଆସନ୍ତା କାଲି ଶିମିଳିପାଳ ଫୁଟବଲ କ୍ଲବ ଓ ଫ୍ରେଣ୍ଡସ ଉଇନାଇଟେଡ଼କ୍ଲବ, ଗୋପୀ ବଲ୍ଲଭ ପୁର ଏବଂ ଝାଞ୍ଜଡ଼ାପାଳ ଓ କିସ୍କୁ ବ୍ରଦର୍ସ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ I
What's Your Reaction?






