ମହୁଲି ମଦ ନେଲା ଜୀବନ : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

Jun 10, 2025 - 19:33
 0  9
ମହୁଲି ମଦ ନେଲା ଜୀବନ : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ମହୁଲି ମଦ ପାନରୁ ସାମାନ୍ୟ ବଚସା ଓ ପରେ ହତ୍ୟା l ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ଅଞ୍ଚଳ ରେ ଘଟିଛି l ମୃତକ ଜଣକ ହେଲେ ବାଲିଗୁଡ଼ା ମୁଣ୍ଡାସାହିର ଶଙ୍କର ନାୟକ। ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଘଣ୍ଟ ସମୟରେ ରେ ସ୍ଥାନୀୟ ନୂଆସାହି ର ନୀରାକାର ନାୟକ (୫୫) ଓ ମୁଣ୍ଡାସାହି ର ଶଙ୍କର ନାୟକ (୫୨)ଦୁହେଁ ସାଙ୍ଗ ହୋଇ ହାଟପଦା ସାହି କୁ ମହୁଲି ମଦ ପିଇବାକୁ ଆସି କଥା କଥାରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା ।

ଏଥିରେ ନୀରାକାର ଉତ୍‌କ୍ଷିପ୍ତ ହୋଇ ଶଙ୍କର ର ମୁଣ୍ଡ କୁ ହାତରେ ପ୍ରବଳ ମାତ୍ରାରେ ପ୍ରହାର କରିଥିଲା, ଏଥିରେ ଶଙ୍କର ତଳେ ପଡିଯିବାରୁ ନିରାକାର ପେଟକୁ ୨/୩ଥର ଗୋଇଠା ମାଡ଼ ମାରିଥିଲା । ଯେଉଁଥିରେ କି' ଶଙ୍କର ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତେବେ ହତ୍ୟା ପରେ ଅତି ଅମାନୁଷିକ ଭାବେ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା । ମଙ୍ଗଳବାର ଦିନ ସକାଳେ ସ୍ଥାନୀୟ ଲୋକେ ଶବକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଏବଂ ଶଙ୍କର ର ସ୍ତ୍ରୀ ସାବିତ୍ରୀ ନାୟକ ଙ୍କ ଏତଲା ପ୍ରକାରେ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେଶ ନଂ. ୧୮୩/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖି ନିରାକାର କୁ କୋର୍ଟ କୁ ଚାଲାଣ କରାଯାଇଥିବା ବିଷୟ ତଦନ୍ତ କାରୀ ଅଧିକାରୀ ସଞ୍ଜୟ ସ୍ୱାଇଁ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ