।। ମହିଳା ମହାମଣ୍ଡଳ ପକ୍ଷରୁ ବିଶ୍ୱ ସାକ୍ଷରତା ଦିବସ ପାଳିତ:ମହିଳା ମାନେ ସ୍ଵାକ୍ଷର ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ।।

Sep 8, 2024 - 20:08
 0  17
।। ମହିଳା ମହାମଣ୍ଡଳ ପକ୍ଷରୁ ବିଶ୍ୱ ସାକ୍ଷରତା ଦିବସ ପାଳିତ:ମହିଳା ମାନେ ସ୍ଵାକ୍ଷର ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ।।

ବାରିପଦା ତା ୦୮/୦୯ ମା ଅମ୍ବିକା ମହିଳା ମହାମଣ୍ଡଳ ଫେଡେରେସନ ପକ୍ଷରୁ ବାରିପଦା ସହିଦ ସ୍ମୃତି ଭବନ ଠାରେ ବିଶ୍ୱ ସାକ୍ଷରତା ଦିବସ ପାଳିତହୋଇ ଯାଇଛି. ମହାମଣ୍ଡଳର ସମ୍ପାଦିକା ସାବିତ୍ରୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ବିଶିଷ୍ଟ ଅତିଥି ଭାବରେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସଂଗଠକ ବଳାଙ୍ଗୀ ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଅଧିକାରୀ ପୂର୍ଣଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ରାଜ୍ୟ ମହିଳା ଫୋରମର ସଭାପତି ମମତା ସାମନ୍ତରାୟ, ବିଶିଷ୍ଟ ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି, ଜନନୀ ପରିବାର ଟ୍ରଷ୍ଟର ଜ୍ୟୋତ୍ସ୍ନା ମହାନ୍ତି, ମାଆ ଅମ୍ବିକା ମହିଳା ମହାମଣ୍ଡଳ ଫେଡେରେସନର ସଭାପତି ସ୍ଵର୍ଣଲତା ମହାନ୍ତି ଏବଂ ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ନାଥ ବାରିକ ପ୍ରମୁଖ ଯୋଗଦେଇ ମହିଳା ମାନେ ସ୍ଵାକ୍ଷର ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି କହିବା ସହିତ ଦୀର୍ଘ ବର୍ଷ ଧରି ମା ଅମ୍ବିକା ମହିଳା ମହାମଣ୍ଡଳ ଫେଡେରେସନ ଜିଲ୍ଲାରେ ସାକ୍ଷରତା ଅଭିଯାନକୁ ସଫଳତାର ସହିତ ଚଳାଇ ଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ. ଏହି ଅବସର ରେ ପ୍ରଥମେ ମା ଅମ୍ବିକା ମହିଳା ମହାମଣ୍ଡଳ ଫେଡେରେସନର ବିଭିନ୍ନ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ କୋଡିନେଟର ମାନେ ହଜାର ହଜାର ସଂଖ୍ୟାରେ ଏକ ସଚେତନତା ଶୋଭାଯାତ୍ରା ରେ ସାମିଲ ହୋଇ ସହର ପରୀକ୍ରମା କରିଥିଲେ. ସମ୍ପାଦିକା ଶ୍ରୀମତୀ ରାଉତ କାର୍ଯ୍ୟକ୍ରମର ଲକ୍ଷ ଏବଂ ଉଦେଶ୍ୟ ବାବଦରେ ଆଲୋଚନା କରିଥିବା ବେଳେ, ମହାମଣ୍ଡଳ ର ବ୍ଲକ ସଂଯୋଜକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ