ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ, କଲର୍ ପ୍ରିଣ୍ଟ ଫୋଟ ଉପରେ NMMS ଶ୍ରମିକ ଉପସ୍ଥାପନ
କଳାହାଣ୍ଡି: ୯/୧୨/୨୫(ଫାଷ୍ଟ ନ୍ୟୁଜ୍ ଓଡ଼ିଶା);-ମନରେଗା ଯୋଜନାରେ ହେରାଫେରି ହେଉଥିବାର ଦୃଶ୍ୟ ସାମ୍ନା କୁ ଆସିଛି,ଅଞ୍ଚଳବାସୀ ଙ୍କ ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ କଲିଆକୁଣ୍ଡଳ ଗ୍ରାମପଞ୍ଚାୟତ ପକ୍ଷରୁ କୌଣସି ଶ୍ରମ ନିଯୁକ୍ତି କାର୍ଯ୍ୟ ହେଉନାହିଁ ବଳି ଅଭିଯୋଗ ହୋଇଥିଲା ଫଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ତଦାରଖ ପରେ ଜଣାପଡ଼ିଲା ଯେ ମନରେଗା କାର୍ଯ୍ୟ ଚାଲିଛି ସେଇଟା ପୁଣି ଅଲଗା ଢଙ୍ଗରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ କଳିଆକୁଣ୍ଡଲ୍ ଗ୍ରାମପଞ୍ଚାୟତ ରେ ହୋଇଥିବା TCB କାର୍ଯ୍ୟରେ ଶ୍ରମିକ ବଦଳରେ କ୍ୟାମେରା ରେ ଉଠାଇ କଲର୍ ପ୍ରିଣ୍ଟ ଫୋଟ ଉପରେ NMMS ଦୈନିକ ଉପସ୍ଥାପନ କରି ଲକ୍ଷାଧିକ ଟଙ୍କା ଲୁଟ ହେବାର ଦୃଶ୍ୟ ସାମ୍ନା କୁ ଆସିଛି। ଏହା ମନରେଗା ୱେବସାଇଟ ଜରିଆରେ ଦେଖିପାରିବେ ସଂପୂର୍ଣ୍ଣ ସତ୍ୟ ପ୍ରମାଣ ରହିଛି। ସରକାର ଦାଦନ ଶ୍ରମିକ ରୋକିବାକୁ ତଥା ଶ୍ରମିକ ଙ୍କୁ ରୋଜଗାର ଯୋଗେଇ ଦେବା ନିମନ୍ତେ ମନରେଗା ଯୋଜନା ପାଣ୍ଠି ଦେଇଛନ୍ତି ସତ କିନ୍ତୁ ଜୁନାଗଡ଼ ବ୍ଲକ୍ କଲିଆକୁଣ୍ଡଲ୍ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ସିଧାସଳଖ ସରକାରଙ୍କ ନିୟମ ଉଲଂଘନ କରିବାରେ ପଛାଉ ନାହାନ୍ତି ADEO, ସରପଞ୍ଚ, ଏବଂ PEO ବାବୁ ମାନେ। ଏଠାରେ ଶ୍ରମିକ ବଦଳରେ ଶ୍ରମିକ ଙ୍କ କ୍ୟାମେରା ରେ ଉଠା ଯାଇଥିବା ଫଟୋ କୁ NMMS ରେ ଦୈନିକ ଉପସ୍ଥାପନ ପକାଇ UPLOAD କରାଯାଉଛି, ସିଧାସଳଖ ସରକାରଙ୍କ ପାଣ୍ଠି କୁ ଅପବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟ କରୁଥିବାର ଦୃଶ୍ୟ ନମରେଗା ୱେବ୍ ସାଇଟ୍ ରେ ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ସରକାର ତଥା ବ୍ଲକ୍ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଉଛନ୍ତି ନା ଦୁର୍ନୀତି କୁ ଘଣ୍ଟ ଘଡାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0