।। ମଧୁବାବୁ ପେନସନ ପାଇଁ ବାରମ୍ବାର ଅଫିସ କୁ ଦୌଡୁଛନ୍ତି ହେଲେ ବିଡ଼ିଓ ବାବୁଙ୍କ ଦେଖା ନାହିଁ ।।

Jun 2, 2023 - 07:03
 0  80
।। ମଧୁବାବୁ ପେନସନ ପାଇଁ ବାରମ୍ବାର ଅଫିସ କୁ ଦୌଡୁଛନ୍ତି ହେଲେ ବିଡ଼ିଓ ବାବୁଙ୍କ ଦେଖା ନାହିଁ ।।

ଦୁଇ ଜଣ ବିଧବା ମହିଳା ପ୍ରଶାସନ ପାଖରେ ହେଉ କି ରାଜ ନେତା ପାଖରେ ହେଉ ବାରମ୍ବାର ଜଣାଇଲା ପରେ ବି ଭତ୍ତା ଖଣ୍ଡେ ପାଇଁ ବ୍ଲକ ର ଭତ୍ତା ବିଭାଗର ଅଫିସରକୁ ଅଭିଯୋଗ କରିବା ପାଇଁ ଯାଉଥିଲେ ମଧ୍ୟ ବାବୁ ମାନଙ୍କୁ ଦେଖା ନ ପାଇଁ ନିରାଶ ହୋଇ ଘରକୁ ଫେରିଯାଉଛନ୍ତି ।ଉକ୍ତ ଘଟଣା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମାଝୀଗାଁ କାଣ୍ଡେଲ, କେରାପାଇଗ୍ରାମ ର ଦୁଇ ବିଧବା ମହିଳା ନମିତା ମାଝୀ ଓ ଗୁବେଇଦେଇ ମାଝୀ ପ୍ରଶାସନ ପାଖରେ ବାରମ୍ବାର ଯାଇ ଅଭିଯୋଗ କରିବାକୁ ଯାଉଥିଲେ ମଧ୍ୟ କାହାକୁ ଦେଖା ନପାଇ ଯିବାକୁ ବାଧ୍ୟ ହୋଉଛନ୍ତି l ଏହି ଦୁଇ ଜଣ ଦୁଃଖ ଦର୍ଦଶା ରେ ପିଲାଛୁଆ ସହ ବଞ୍ଚୁ ଥିବା ସହ ଗଛ ର ପତ୍ର ବିକ୍ରି କରି କିଛି ଟଙ୍କା ପାଇ ନିଜ ପରିବାର ପାଳୁଥିବା କଥା ପ୍ରକାଶ କରିଥିଲେ l ବିଧବା ହୋଇ ଦୁଇ ବର୍ଷ ଆଜି ପର୍ଯ୍ୟନ୍ତ ଆମ ଦୁହେଁଙ୍କ ଭତ୍ତା ପାଇ କାହାର ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଥୁଆମୂଳ ରାମପୁର ଠାରୁ 45 km ଦୂର ଆମେ କେତେଥର ଯାଆସ କରି ବହୁତ ହଇରାଣ ହେଉଛୁ ତେଣୁ ଆମକୁ ଟିକେ ଭତ୍ତା ଖଣ୍ଡେ ଯୋଗାଇଦେଲେ ଆମେ ଖୁସି ଏହି ଅଭିଯୋଗ କାରି ମାନଙ୍କୁ କେବେ ଭତ୍ତା ମିଳିବ ତାହା ସମୟ କହିବ ।

କଳାହାଣ୍ଡି ଜିଲ୍ଲାରୁ ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ