ମଦ, ଗଞ୍ଜେଇ ବିକ୍ରି ବନ୍ଦ ଦାବିରେ ଧାରଣା

Sep 1, 2025 - 22:22
 0  39
ମଦ, ଗଞ୍ଜେଇ ବିକ୍ରି ବନ୍ଦ ଦାବିରେ ଧାରଣା

ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ରତିପାଲି ଗାଁରେ ବେଆଇନ ଭାବରେ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ ଓ କୋରେକ୍ସ ବିକ୍ରୟ ହେଉଛି। ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ଜିଲା ଅବକାରୀ, ପୋଲିସ ପ୍ରଶାସନଠାରେ ଅଭିଯୋଗ କରିଛନ୍ତି। ଏପରି କି ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ଶେଷରେ ବାଧ୍ୟହୋଇ ସୋମବାର ସ୍ଥାନୀୟ ସରପଞ୍ଚ ଜୟରାମ ସତନାମୀଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ସଦ୍‌ଭାବନା ସଭାଗୃହ ସମ୍ମୁଖରେ ଧାରଣାରେ ବସିଥିଲେ। ଏହା ଜାଣିବା ପରେ ଉପଜିଲାପାଳ ସୁର୍ମି ସୋରେନ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଓଆଇସି ହିରାବତୀ ଥାର୍ଟି, ସଦର ଥାନା ଅଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀ କ୍ଷୋଭ ପ୍ରକାଶ କରି ଗାଁରେ ୬ଟି ଦେଶୀ ଓ ବିଦେଶୀ ମଦ ଦୋକାନ ସାଙ୍ଗକୁ ଗଞ୍ଜେଇ ଓ କୋରେକ୍ସ ବିକ୍ରୟ ହେଉଛି। ଏହାକୁ ସେବନ କରି ଅଧିକାଂଶ ଘରେ ପାରିବାରିକ ଅଶାନ୍ତି ଦେଖାଦେଉଛି। ଗାଁରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସ୍କୁଲ ପିଲାଙ୍କ ଉପରେ ପ୍ରଭାବ ପଡୁଛି। ତେଣୁ ତୁରନ୍ତ ମଦବିକ୍ରି ବନ୍ଦ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି କରିଥିଲେ। ଅଧିକାରୀମାନେ ମଦ ଦୋକାନ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ ସପ୍ତାହେ ଭିତରେ କୌଣସି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ରତିପାଲି ଗାଁରେ ୨ ଶହରୁ ଊର୍ଦ୍ଧ୍ୱ ପରିବାରରେ ପ୍ରାୟ ୧୨ ଶହ ଲୋକ ବସବାସ କରୁଛନ୍ତି।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ