।। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ।।

Oct 16, 2024 - 10:25
 0  91
।। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ।।

ନବରଙ୍ଗପୁର : ତା୧୫।୧୦।୨୦୨୪ ରିଖ: ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟା ପ୍ରକୋଷ୍ଠ ରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବିନ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ ! ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାଃ.ରାଧେଶ୍ୟାମ ଲାଏକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ର ଆଭିମୁଖ୍ୟ ସମନ୍ଧରେ ଅଲୋକପାତ କରିଥିଲେ ! ଉକ୍ତ ବୈଠକରେ ଜିଲ୍ଲାରେ ଘାସଚାଷ ର ଅଭିବୃଦ୍ଧି ନିମନ୍ତେ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା ! ଘାସଚାଷ କରି ସ୍ବାବଲମ୍ବୀ ହେବା ଓ ଜିଲ୍ଲାର କ୍ଷୀର ଉତ୍ପାଦନ ବୃଦ୍ଧିକରିବା ନିମନ୍ତେ ଆଲୋଚନା କରଯାଇଥିଲା ! ଉକ୍ତ ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ୨୪ ଟି ବିଭିନ୍ନ ବିଭାଗୀୟ ଓ ଓରମାସ ଷ୍ଟଲ,ଅତିଥି ନିମନ୍ତ୍ରଣ,ଉନ୍ନତ କିସମ ର ଗାଈ, ମେଣ୍ଢା,ଛେଳି, କୁକୁଡା,ବତକ ଓ ଅନ୍ୟାନ୍ୟ ଗୃହ ପାଳିତ ଓ ମତ୍ସ୍ୟ ପାଳନ ଉପରେ ଜୀବନ୍ତ ପ୍ରଦର୍ଶନୀ,କୃଷକ ଓ କୃଷି/ ପ୍ରାଣୀ ବୈଜ୍ଞାନିକ ମିଳିତ କର୍ମଶାଳା,ପ୍ରାୟ ୭୦୦ ଜଣ ଚାଷୀଙ୍କ ସମାବେଶ,ସର୍କିଟ ହାଉସ ଛକ ସମ୍ମୁଖସ୍ଥ ପଡ଼ିଆରେ ମେଳା ପାଇଁ ଆନୁସଙ୍ଗିକ ଟେଣ୍ଟ ଓ ଅନ୍ୟାନ୍ୟ ବ୍ୟବସ୍ଥା, ସେମିନାର,ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଥିଲା ! ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦରୱାନ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉଦ୍ୟାନ କୃଷି ଅଧିକାରୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ,ଜଙ୍ଗଲ ଅଧିକାରୀ,ମୃତିକା ସଂରକ୍ଷଣ ଅଧିକାରୀ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜିଲ୍ଲା ସଂସ୍କୃତି ଅଧିକାରୀ,ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ,ଓମଫେଡ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ! ଶେଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାଃ.ରାଧେଶ୍ୟାମ ଲାଏକ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ