ମଣ୍ଡେଇ ୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୬.୧୨.୨୦୨୫ ରିଖ: ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ମଣ୍ଡେଇ ମହୋତ୍ସବ ୨୦୨୫ର ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ଜିଲ୍ଲାସ୍ତରୀୟ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଛି ! ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା କଲ୍ୟାଣ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସଫଳ ସମନ୍ୱୟରେ ପରିଚାଳିତ ହୋଇଥିଲା ! ପ୍ରତିଯୋଗିତାକୁ ଛାତ୍ର ସ୍ତର ଓ ବୃତ୍ତିଗତ ସ୍ତର ନାମରେ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା ! ଉଭୟ ବିଭାଗରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଉତ୍ସାହୀ ପ୍ରତିଯୋଗୀ ଛାତ୍ର ଏବଂ ବୃତ୍ତିଗତ ମୋଟ ୨୦ ଜଣ ଅଂଶଗ୍ରହଣ କରିଥିଲେ ! ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ମହୋତ୍ସବ ମଞ୍ଚ ରେ ପୁରସ୍କୃତ କରାଯିବ ! ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ ଯୋଗଦେଇ ପ୍ରତ୍ୟେକ କଳାକାରଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ ! ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସୃଜନଶୀଳ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ ! ବିଚାରକ ମଣ୍ଡଳୀରେ ପଦ୍ମଲୋଚନ ବାରିକ, ଚିତ୍ରକଳା ଶିକ୍ଷକ,ଓଡିଶା ଆଦର୍ଶ ବିଦ୍ୟାଳୟ,ତେନ୍ତୁଳିଖୁଣ୍ଟି , ବିଶ୍ୱଜିତ୍ ଗିରି,ଚିତ୍ରକଳା ଶିକ୍ଷକ, ଓଏଭି, ପାପଡ଼ାହାଣ୍ଡି,ବସନ୍ତ ବେନିଆ,ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଉଭୟ ବିଭାଗର ଶ୍ରେଷ୍ଠ ତିନିଜଣ ଲେଖାଏଁ ବିଜେତା ଚୟନ କରିଥିଲେ ! ଆସନ୍ତା ୮ ଡିସେମ୍ବର ରେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ମେହେନ୍ଦି ପ୍ରତିଯୋଗିତା ରେ ସମସ୍ତଙ୍କୁ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରାଯାଉଅଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0