ମଣ୍ଡେଇ ମହୋତ୍ସବ ୨୦୨୫ ଉପଲକ୍ଷେ ମହିଳା ଡିଗ୍ରୀ କଲେଜରେ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୮.୧୨.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲାର ଲୋକପ୍ରିୟ ମଣ୍ଡେଇ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରୁ ମହିଳା ଡିଗ୍ରୀ କଲେଜ ପରିସରରେ ଏକ ମେହେନ୍ଦି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ! କଲେଜର ଅଧ୍ୟକ୍ଷା ଏବଂ ଅଧ୍ୟାପିକା ଡାକ୍ତର ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା ! ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସଂଯୁକ୍ତା ପଣ୍ଡା, ଶ୍ରୀମତୀ ତାରାନ୍ନୁମ ଆରା ଓ ଶ୍ରୀମତୀ ସୁନିତା ପାତ୍ରୋ ବିଚାରକ ଭାବେ ଯୋଗ ଦେଇଥିଲେ ! ଏଥିରେ ଛାତ୍ରୀ ଓ ସ୍ଥାନୀୟ ମହିଳାଙ୍କ ସମେତ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ! କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀମାନଙ୍କ ସହ ଉତ୍ସାହିତ କରିବା ସହ ଆମ ସଂସ୍କୃତି ଓ ପରମ୍ପରାରେ ମେହେନ୍ଦିର ମହତ୍ତ୍ୱ ଉପରେ ପରାମର୍ଶ ଦେଇଥିଲେ ! ପ୍ରତିଯୋଗିତାରେ ସ୍ନିଗ୍ଧା ପାତ୍ରୋ ପ୍ରଥମ ସ୍ଥାନ,ମଞ୍ଜୁଳା ଭତ୍ରା ଦ୍ୱିତୀୟ ସ୍ଥାନ ଏବଂ ଏନ୍. ସୋନିଆ ଓ ଚର୍ଚ୍ଚିକା ରାଜପୁତ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ! ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ଏହି ୩ ଜଣ ବିଜେତାଙ୍କୁ ମୁଖ୍ୟ ମଣ୍ଡେଇ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0