ମଞ୍ଚ ନାଟକ ମହୋତ୍ସବର ଶେଷ ସନ୍ଧ୍ୟା: ହାସ୍ୟରସ ଓ ସାମାଜିକ ବାର୍ତ୍ତାରେ ଉଦ୍‌ଯାପିତ

Dec 10, 2025 - 15:22
 0  28
ମଞ୍ଚ ନାଟକ ମହୋତ୍ସବର ଶେଷ ସନ୍ଧ୍ୟା: ହାସ୍ୟରସ ଓ ସାମାଜିକ ବାର୍ତ୍ତାରେ ଉଦ୍‌ଯାପିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୦.୧୨.୨୦୨୫ ରିଖ: ଗତ କାଲି ତା: ୦୯.୧୨.୨୦୨୫ ରିଖ: ଶାସ୍ତ୍ରୀ ଭବନଠାରେ ଆୟୋଜିତ ତିନି ଦିବସୀୟ ମଞ୍ଚ ନାଟକ ମହୋତ୍ସବ ଭବ୍ୟ ଭାବରେ ସମାପ୍ତ ହୋଇଛି ! ମଣ୍ଡେଇ ମହୋତ୍ସବ-୨୦୨୫ ପୂର୍ବରୁ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବରିଷ୍ଠ କଳାକାର ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ହାସ୍ୟରସ ଓ ସାମାଜିକ ବାର୍ତ୍ତାଭିତ୍ତିକ ନାଟକ "ନା ଗପ ନା କାହାଣୀ" ମଞ୍ଚସ୍ଥ ହୋଇଥିଲା ! ଏହି ନାଟକରେ ବୃଦ୍ଧାବସ୍ଥାରେ ଜଣେ ପିତାଙ୍କ ପ୍ରତି ପୁଅର ଆଚରଣକୁ କୌତୁକିଆ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା ! ଯାହା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା ! ନାଟକ ରେ ଦେବଦାସ ମହାକୁଣ୍ଡ, ଦୁର୍ଗା ପ୍ରସାଦ ପ୍ରଧାନୀ,ଫାଲଗୁନି ପାତ୍ର, କାଳୀ କିଙ୍କର ପଟ୍ଟନାୟକ, ସସ୍ମିତା ପଟ୍ଟନାୟକ,ବିକ୍ରମ ଦାସ,ପ୍ରକାଶ ଚନ୍ଦ୍ର ବାରିକ,ଜି ଭି ରବି ପ୍ରସାଦ, ଦେବାଶିଷ ମହାନ୍ତି, ଆଲୋକ ସାହୁ,କିରଣ କୁମାର ରାଓ ଭଳି ମଞ୍ଚ କଳାକାରମାନେ ସେମାନଙ୍କର ଶ୍ରେଷ୍ଠ ଅଭିନୟ କୌଶଳ ପ୍ରଦର୍ଶନ କରିଥିଲେ ! ସଂଗୀତ ନିର୍ଦ୍ଦେଶନା ରେ ଯୁଗଳ କିଶୋର ତ୍ରିପାଠୀ ଏବଂ ଫାଲଗୁନୀ ପାତ୍ର ସହଯୋଗ କରିଥିଲେ ! କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଞ୍ଚ ନାଟକର ମହତ୍ତ୍ୱ ଓ ଏହାର ସମାଜରେ ଏହାର ସଂରକ୍ଷଣ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ! ଶେଷରେ,ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଣ୍ଡେଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ ଖୁଣ୍ଟିଆ ଏବଂ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ବିଶ୍ୱଜିତ ବର୍ମନଙ୍କ ଦ୍ୱାରା ବରିଷ୍ଠ କଳାକାର ଦେବଦାସ ମହାଙ୍କୁଡ଼ ଓ ପ୍ରକାଶ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଅନ୍ୟ ସମସ୍ତ କଳାକାରଙ୍କୁ ମଧ୍ୟ ପ୍ରମାଣପତ୍ର ଓ ଉପହାର ରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ! ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସମସ୍ତ କମିଟି ସଦସ୍ୟଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ,ମ୍ୟୁନିସିପାଲଟି କତୃପକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ