।। ଭୂଲ ଖବର ପ୍ରସାରଣ କୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ।।

Jul 16, 2023 - 20:42
 0  166
।।  ଭୂଲ ଖବର ପ୍ରସାରଣ କୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ।।

କଳାହାଣ୍ଡି:(କୋରାପୁଟ ପ୍ରଥମ ଖବର) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ଦୌପଦୀ ମାଝୀ ଙ୍କ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବା ମୂଖ୍ଯ କାରଣ ରହିଥିଲା ଯେ, ତାଙ୍କ ନାଁରେ ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ମିଥ୍ଯା ଖବର ପ୍ରକାଶ ପାଇଥିଲା ଯେଉଁ ଖବର କି ଏକ ମୂଲ୍ଯହିନ ଖବର ରହିଥିଲା। ଶ୍ରୀମତୀ ମାଝୀ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଖଣ୍ତନ କରିଥିଲେ। ଶ୍ରୀମତୀ ମାଝୀ କହିଥିଲେ ଯେ ମୁଁ ଦୀର୍ଘ ୨୬ ବର୍ଷ ଧରି କଂଗ୍ରେସ ଦଳର ଜଣେ ଶୁଙ୍ଖଳିତ କର୍ମୀ ଭାବରେ ରହିଛି ଆଉ ଦଳ ପାଇଁ ସଂଘବଦ୍ଧ ଭାବରେ କାମ କରୁଛି ଓ କରିବି ମଧ୍ୟ ଦଳ ଯାହାବି କାର୍ଯ୍ଯ ଭାରଦେବେ ତାକୁ ସୁରୁଖୁରୁ ଭାବରେ ସମ୍ପାଦନ କରିବି ଏଥିରେ ମୋର ଦ୍ବିମତ ନାହିଁ। ଅନ୍ଯପକ୍ଷେ ମୋ ନାଁରେ ଯେଉଁ ଖବର କାଗଜରେ ମିଥା ଖବର ପ୍ରକାଶ ପାଇଛି ତାହା ଏକ ରାଜନୈତିକ ଦଳର କୌଣସି କୁଚକ୍ରି କିଛି ବ୍ଯକ୍ତି ବିଶେଷ ଙ୍କ ଉଦ୍ଦେଶ୍ୟ ମୂଳକ ଚକ୍ରାନ୍ତ ହୋଇ ଥାଇପାରେ। ମୁଁ କଂଗ୍ରେସ ଦଳରେ ଅଛି ଏବେ ମଧ୍ୟ ଅଛି, ଆଗକୁ ମଧ୍ୟ ରହିବି ଦଳକୁ ଛାଡିବାକୁ ମୋର କୌଣସି ପ୍ରକାରେ ଇଛା ନାହିଁ, ତେବେ କାହିଁକି ବିଜେଡି ଦଳର ଟିକେଟ୍ ପାଇଁ ମୁଁ ଆଶାୟୀ ରହିବି କିନ୍ତୁ ସାମ୍ବାଦିକ ବନ୍ଧୁ ଜାଣିଲେ କେମିତି ଓ ମୋ ନାଁରେ ମିଥ୍ୟା ଖବର ପ୍ରକାଶ କରିଛନ୍ତି ଏହା ଏକ ଘୃନ୍ଯ ଓ ନିନ୍ଦନୀୟ ଘଟଣା ଅଟେ। ଏଭଳି ଭୂଲ ତଥ୍ଯ ନେଇ ଖବର ପ୍ରକାଶ କରିବା ଉଚିତ୍ ନଥିଲା, ଏହାକୁ ମୁଁ ଖଣ୍ତନ କରୁଅଛି ବୋଲି ସାମ୍ବାଦିକ ସମ୍ବିଳନୀରେ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲେ।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ