।। ଭାଲୁ ଆକ୍ରମଣର 3 ବର୍ଷ ପରେ ମଧ୍ୟ ଆହତଙ୍କୁ ମିଳୁନି କ୍ଷତି ପୂରଣ ।।

ନୂଆପଡା : ଭାଲୁ ଆକ୍ରମଣରେ ଆହାତ ବ୍ୟକ୍ତିଙ୍କୁ ଘଟଣାର 3 ବର୍ଷ ପରେ ବି କ୍ଷତିପୂରଣ ମିଳୁନଥିବା ଅଭିଯୋଗ ହୋଇଛି l ନୂଆପଡା ଜ଼ିଲ୍ଲା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗ୍ରାମ ଗୋଧସପଡ଼ା ଗ୍ରାମର ମନିରାମ ଧରୁଆ (35)ଙ୍କୁ 2020 ମସିହାରେ ଏକ ଭାଲୁ ଆକ୍ରମଣ କରିଥିଲା l ମନିରାମକଙ୍କୁ ପରିବାର ଲୋକ ଉଦ୍ଧlର କରି ନୂଆପଡା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ l 2 ରୁ 3 ମାସ ପର୍ଯ୍ୟନ୍ତ ଡାକ୍ତରଖାନରେ ରହି ସେ ଚିକିତ୍ସl ହୋଇ ଫେରିଥିଲେ l ପରିବାର ଲୋକ ଜମିବାଡ଼ି ବିକ୍ରି କରି ତାଙ୍କ ଚିକିତ୍ସl କରିଥିଲେ l ହେଲେ ତାଙ୍କୁ ବନ ବିଭାଗ ପକ୍ଷରୁ କୌଣସି ସହାୟତା ମିଳିନାହିଁ l ବନ୍ୟଜନ୍ତୁ ଆକ୍ରମଣ ଶିକାର ହେଲେ କ୍ଷତିପୂରଣ ମିଳିଥାଏ ବୋଲି ଜାଣିବା ପରେ ମନିରlମ ବାରମ୍ବାର ଜ଼ିଲ୍ଲା ପ୍ରଶାସନ ଓ ବନ ବିଭାଗଠାରେ ଆବେଦନ କରିଥିଲେ l ମାତ୍ର ଆଜିକୁ 3 ବର୍ଷ ପରେ ବି ମନିରlମଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ l ଜ଼ିଲ୍ଲା ପ୍ରଶାସନ ଓ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






