ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ଵାରା ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

Jan 30, 2026 - 10:08
 0  6
ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ଵାରା ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ସରକାରଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ହାତ ମିଳାଇଛି ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୂବନେଶ୍ୱରI ବାରିପଦା:- ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୂବନେଶ୍ୱର ଆର୍ଥିକ ସହାୟତାରେ ଭାରତୀୟ ରେଡ଼କ୍ରସ ସଂସ୍ଥା, ଜିଲ୍ଲା ଶାଖା,ମୟୂରଭଞ୍ଜ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଳକରେ ଚିକିତ୍ସାଧୀନ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ୨୯ ଜାନୁଆରୀ, ୨୦୨୬ ରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଯକ୍ଷ୍ମା ବିଭାଗର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସର ଅଧ୍ୟକ୍ଷ, ଭାରତୀୟ ରେଡ଼କ୍ରସ ସଂସ୍ଥା, ଜିଲ୍ଲା ଶାଖା, ମୟୂରଭଞ୍ଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ରେଡ଼କ୍ରସ ସମ୍ପାଦକ ଶ୍ରୀମତୀ ଶ୍ରଦ୍ଧା ସୁମନ, ଭାରତୀୟ ରେଡ଼କ୍ରସ ସଂସ୍ଥା, ଜିଲ୍ଲା ଶାଖା ମୟୂରଭଞ୍ଜଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ I ମୁଖ୍ୟ ବକ୍ତା ଭାବେ ଡ଼ା. କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବାରିପଦା, ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ (ଯକ୍ଷ୍ମା) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମ. ନରୁଲ ହୁସେନ ମୟୂରଭଞ୍ଜ, ରାଜ୍ୟ ରେଡ଼କ୍ରସ୍ ର ସହ ସମ୍ପାଦକ, ଅଶୋକ କୁମାର ମହାନ୍ତି,ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୂବନେଶ୍ୱର ଓ ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ I ଏହି ସଭାକୁ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି, ମୟୂରଭଞ୍ଜ ପରିଚାଳନା କରିଥିବାବେଳେ ଯକ୍ଷ୍ମା କାର୍ଯ୍ୟକ୍ରମର ସଂଯୋଜକ ଦିନକୃଷ୍ଣବାରିକ ଧନ୍ୟବାଦ ଅର୍ପଣ କରିଥିଲେ, ଦିନକୃଷ୍ଣ ବାରିକଙ୍କର କାର୍ଯ୍ୟର ଦକ୍ଷତା ଓ ସଫଳତା ସବୁ କ୍ଷେତ୍ରରେ ଏବଂ ସବୁ ମହଲରେ ପ୍ରସଂଶନିୟ, ଆଜି ଯକ୍ଷ୍ମ। ମୁକ୍ତ ମୟୂରଭଞ୍ଜ ଅଭିଯାନର ଏହା ଏକ ସଫଳ ରୁପାୟନ ଓ ଉଦାହରଣ ସୃଷ୍ଟି କରି ପାରିଛି ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଯକ୍ଷ୍ମା ରୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଜିଲ୍ଲା ଜରୁରୀ କାଳୀନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଭାରତୀୟ ରେଡ଼କ୍ରସ ସଂସ୍ଥା ର ଏହି ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ବଣ୍ଟନ କାର୍ଯ୍ୟକ୍ରମ ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ର ୨୬ ଟି ବ୍ଲକର ୨୨୩୮ ଯକ୍ଷ୍ମା ରୋଗୀ ପ୍ରାଥମିକ ସ୍ଥଳେ ଉପକୃତ ହେବେ ଏବଂ ପରେ ପରେ ଏହା ଦ୍ଵାରା ଅଧିକରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ମଧ୍ୟ ସାମିଲ କରିଯିବ ବୋଲି ରାଜ୍ୟ ସମ୍ପାଦକ, ଭାରତୀୟ ରେଡ଼କ୍ରସ ସଂସ୍ଥା,ଓଡ଼ିଶା ରାଜ୍ୟ ଶାଖାର ସମ୍ପାଦକ ଶ୍ରୀଯୁକ୍ତ ପାତ୍ର ସୂଚନା ପ୍ରଦାନ କରିଥିଲେI ଏଥିରେ ଜରୁରୀ କାଳୀନ ବିଭାଗର ବରିଷ୍ଠ ସହାୟକ ମନୋଜ କୁମାର ମଙ୍ଗରାଜ, ପବିତ୍ର ମହାନ୍ତ, ରବୀନ୍ଦ୍ର ନାଥ ଦାଶ, ଟିବି ବିଭାଗର ଚିନ୍ମୟ ଦାସ, ଇନ୍ଦିରା ପ୍ରିୟଦର୍ଶୀ, ଅନଙ୍ଗ ଦେବ ବାରିକ, ସତ୍ୟବ୍ରତ ମିଶ୍ର,ମନୋରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ