ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ସମ୍ବନ୍ଧୀୟ ସଚେତନତା ଶିବିର ତା:୨୯.୦୪.୨୦୨୬- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ବିଭିନ୍ନ ପ୍ରାବଧାନ ଯଥା ଏତଲା, ଜାମିନ, ସମନ୍, ୱାରେଣ୍ଟ, ଆଇନଗତ ପ୍ରତିନିଧିତ୍ୱର ଅଧିକାର, ଅପିଲ, ପ୍ଲି ବାର୍ଗିନିଁ ଇତ୍ୟାଦି ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ପ୍ରୋଵେସନ ଜଜ୍ କାହ୍ନୁ କିସ୍କୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଣଜିତ ନାୟକ, ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅନୀଲ କୁମାର ତାଣ୍ଡି, ନୂଆପଡ଼ା SDPO ସ୍ୱାଧୀନ ମିଶ୍ର, ମୁଖ୍ୟ ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ସହକାରୀ ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, ଆରକ୍ଷୀ ଅଧିକାରୀଗଣ, ଅଧିବକ୍ତାଗଣ ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉପସ୍ଥିତ ବକ୍ତାଗଣ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ବିଭିନ୍ନ ପ୍ରାବଧାନ ଯଥା ଏଫ୍.ଆଈ.ଆର, ଜମାନତ, ସମନ୍, ୱାରେଣ୍ଟ, ଆଇନଗତ ପ୍ରତିନିଧିତ୍ୱ ର ଅଧିକାର, ଅପିଲ, ପ୍ଲି ବାର୍ଗିନିଁ ଇତ୍ୟାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଧାରଣା ଦେଇଥିଲେ । ପ୍ରାଧିକରଣର ସଚିବ ନବନୀତା ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0