।। ଭାର ସାମ୍ୟ ହରାଇ ବାଇକ୍ ରୁ ପଡ଼ି ଜଣେ ମୃତ ଜଣେ ଗୁରୁତର ଆହତ ।।

Feb 18, 2024 - 15:45
 0  13
।। ଭାର ସାମ୍ୟ ହରାଇ ବାଇକ୍ ରୁ ପଡ଼ି ଜଣେ ମୃତ ଜଣେ ଗୁରୁତର ଆହତ ।।

ଲକ୍ଷ୍ମୀପୁର ୧୮/୦୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳ ପଦର ପଞ୍ଚାୟତର ବରିଗାଁ ଛକ ନିକଟରେ ଶନିବାର ରାତି ନଅଟାରେ ଭାର ସାମ୍ୟ ହରାଇ ବାଇକ୍ ରୁ ପଡ଼ି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ହେଲେ କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ କଡିକାଜୋଡ଼ି ଗ୍ରାମର କୃଷ୍ଣ ମାଝୀ ଓ ଆହତ ଯୁବକ ହେଲେ ରଗୁ ମାଝୀ।କୃଷ୍ଣଙ୍କ ଶଶୁର ଘର ପିପଳ ପଦର କୁ ଆସି ଦୁହେଁ ରାତିରେ ଏକ ବାଇକ୍ ରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ସେଠାରେ କୃଷ୍ଣ ଖସି ପଡ଼ି ପ୍ରାଣ ହରାଇଥିବା ବେଳେ ରଗୁ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକଙ୍କ ଭିଡ ଜମି ଯାଇଥିବା ବେଳେ ରଗୁ କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଚିକିତ୍ସା କରୁଥିବା ଡ଼ାକ୍ତର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।ଲକ୍ଷ୍ମୀପୁର ଥାନାରେ ଆଜି ସକାଳେ ମୃତକଙ୍କ ଦାଦା ଶ୍ୟାମ ମାଝୀ ଏତଲା ଦେବା ପରେ କେସ ନମ୍ୱର୍ ୫୦/୨୪ ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ କହିଛି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ