।। ଭଲିବଲ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ।।

Feb 15, 2024 - 11:47
 0  77
।। ଭଲିବଲ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ।।

ଲକ୍ଷ୍ମୀପୁର ୧୪/୦୨ ଆଜି କୋରାପୁଟ ଜିଲ୍ଲା ନାରାଣପାଟଣା ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମ ଠାରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକାଙ୍କ ସହାୟତା ରେ ଗୋଲ୍ଡେନ ଭଲିବଲ ଟୁର୍ଣ୍ଣାମେଣ୍ଟର ଶୁଭ ଆରୋମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କୈଳାଶ ଚନ୍ଦ୍ର କୁଲେଶିକା ମହୋଦୟ ଉପସ୍ଥିତ ଥିଲା ବେଳେ ତାଙ୍କ ସାଥିରେ ବିଜେଡ଼ି ସଭା ନେତ୍ରୀ କୌଶଲ୍ୟା ହିକକା,ନାରାୟଣ ପାଟଣା ବ୍ଲକ ସଭାପତି ଏସ.ନେଗି ନାରାୟଣ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ଙ୍କ ସମେତ ନାରାୟଣ ପାଟଣା ବ୍ଲକର ବିଜେଡ଼ି କର୍ମ କର୍ତ୍ତା ଯୋଗ ଦେଇ ଥିଲେ।ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରି କୋରା ପୁଟିଆ ବାଜାର ତାଳେ ତାଳେ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇଥିଲା।ସେଠାରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇ ରିବନ୍ ଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରାଯାଇଥିଲା।ଏଥିରେ ସମୁଦାୟ ୧୬ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଏହା ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି।

ଲଷ୍ମୀପୁର ରୁ ପ୍ରମଦ କୁମାର ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ