ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ

Sep 22, 2025 - 19:08
 0  26
ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ

ମାଲକାନଗିରି,୨୨/୦୯/୨୦୨୫ : ସୋମବାର ଦିନ ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର (ସ୍ପେସିଆଆଲିଷ୍ଟ କ୍ଯାମ୍ପ) ର ଶୁଭ ଉଦଘାଟନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଠାରେ ଅନୁଷ୍ଠିତ ହୋଇଥିଲା I ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ଅକ୍ଷୟ ବିଶ୍ଵାଳ, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ମୂୟା ମାଡକାମି, ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ବିନାୟକ ପାତ୍ର ଉପସ୍ଥିତ ରହିଥିଲେ I ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଭାରପ୍ରାପ୍ତ ଚିକିତ୍ସI ଅଧିକାରୀ ଡ଼ା ବିପୁଲ ବୈଭବ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ମହମ୍ମଦ ଅଭିଦ ହୁସେନ ଯୋଗଦେଇଥିଲେ I

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡI. ମହମଦ ଅଭିଦ ହୁସେନ, ଶଲ୍ଯ ବିଶେଷଜ୍ଞ ଡI. ସପନ କୁମାର ଡିଣ୍ଡI, ଭେଷଜ ବିଶେଷଜ୍ଞ ଡI. ବାସନ୍ତୀ ହଂସଦା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସିମାଞ୍ଚଳ ଦାଶ, ଶିଶୁ ରୋଗ ବିଶେଷଜ୍ଞ ଡI. ସନ୍ତୋଷ କୁମାର ମିଶ୍ର , ଚକ୍ଷୁ ରୋଗ ବିଶେଷଜ୍ଞ ଡା. ଅଶୋକ କୁମାର ଖମାରୀ, ଦାନ୍ତ ରୋଗ ବିଶେଷଜ୍ଞ ଡI.ପ୍ରତିସ୍ଲୋକ ଅରୟI ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ଶିବିରରେ ସମୁଦାୟ ୨୪୬ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରଯାଇଥିଲା I ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ବ୍ଲକ କାର୍ଯକ୍ରମ ପରିଚାଳକ କେ. ମନ୍ଟୁ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମହେଶ୍ୱର ନାୟକ, ଚିକିତ୍ସାଳୟର ସମସ୍ତ ଚିକିତ୍ସାଧିକାରୀ ବୃନ୍ଦ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ବୃନ୍ଦ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ପର୍ଯ୍ୟବେକ୍ଷକ, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ I ସେହିପରି ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଧୀନରେ ଉପଖଣ୍ଡ ଡାକ୍ତରଖାନI ମାଥିଲି ଅଧିନସ୍ଥ କିଆଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଅଧିନସ୍ଥ ଏମ.ଭି-୧୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ଅଧିନସ୍ଥ ପଦ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖଇରିପୁଟ ଅଧିନସ୍ଥ ଗୋବିନ୍ଦପIଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା I ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନI ଠାରେ ମଧ୍ୟ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ୨୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ଠାରେ ମଧ୍ୟ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ୭ ଜଣ ରକ୍ତଦାତା ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ I ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁରହିବ ଏବଂ ଏହି କର୍ଯ୍ୟକ୍ରମରେ ସବୁ ବୟସର ମହିଳା ମାନଙ୍କର ବିସ୍ତୃତ ସ୍ବାସ୍ଥ୍ୟ ପରୀକ୍ଷଣ ଏବଂ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହି ଅଭିଯାନ ରେ ଅଣସଂକ୍ରାମକ ରୋଗ, ଯକ୍ଷ୍ମା , ରକ୍ତହୀନତା, ସିକିଲସେଲ ଓ ଥାଲାସେମିଆ ଆଦି ରୋଗ, ଗର୍ଭବତୀ ମହିଳା ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ବୟସ ଅନୁଯାୟୀ ଟୀକାକରଣ ଋତୁସ୍ରାବ ଜନିତ ପରିଛନ୍ନତା ଏବଂ ଖାଦ୍ୟ ରେ ତେଲ ଏବଂ ଚିନି କାମ କରିବା ଉପରେ ସଚେତନ କରାଯିବ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ