।। ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ: ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ ।।

Feb 21, 2024 - 18:44
 0  10
।। ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ: ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦ ଦେଶ ତରଗାବାଲି ଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ପକ୍ଷରୁ ଡିମ୍ବୁଲି ମହୋତ୍ସବ ୨୦୨୪ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । କନ୍ଧ ଆଦିବାସୀ ମାନଙ୍କ ସଂସ୍କୃତି ପରମ୍ପରା ତତ୍ଵ ଅନୁଯାୟୀ ଏହି ମାନବ ସମାଜ ଓ ଜୀବ ଜଗତ ସପାଙ୍ଗଗାଡା ଠାରେ ସୃଷ୍ଟି ହୋଇଥିବା ବେଳେ ଡିମ୍ବୁଲି ଠାରେ ବସବାସ କରିଥିଲେ । ଏଣୁ କନ୍ଧ ଆଦିବାସୀ ମାନେ ସପାଙ୍ଗଗାଡା, ଡିମ୍ବୁଲି ଓ ଶ୍ରାମ୍ବୁଲି କୁ ପୂଜା କରି ଆସୁଛନ୍ତି । ଉକ୍ତ ସଂସ୍କୃତି ପରମ୍ପରା ଧୀରେ ଧୀରେ ଲୁକାୟିତ ହୋଇଯାଉଥିବାରୁ ଏହାକୁ ଉଦ୍ଜୀବିତ କରିବା ପାଇଁ ଡିମ୍ବୁଲି ମହୋତ୍ସବ ର ଲକ୍ଷ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ,କଳାହାଣ୍ଡି ଓ ରାୟଗଡା ଏହି ୫ ଜିଲ୍ଲାରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ କନ୍ଧ ଆଦିବାସୀ ମାନେ ଯୋଗ ଦେଇଥିଲେ । ମହୋତ୍ସବ ସଭାପତି ଗୌର ଚନ୍ଦ୍ର ମାଝି , ଉପସଭାପତି ଦୟାନିଧି ଜାନିଙ୍କ ତାତ୍ବାବଧାନରେ ଅନୁଷ୍ଠିତ ଡିମ୍ବୁଲି ମହୋତ୍ସବ ରେ କନ୍ଧମାଳ ଜିଲ୍ଲାର ସ୍ଵତନ୍ତ ଉନ୍ନୟନ୍ନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ ଯୋଗ ଦେଇ କନ୍ଧ ଆଦିବାସୀ ଙ୍କ ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ନିଷ୍ଠାପର ରହିବା ଆବଶ୍ୟକ । ଏହି ସଂସ୍କୃତି ପରମ୍ପରା କେତେ ମହାନ ତାହା ଅନ୍ୟମାନଙ୍କୁ ଜଣାଇବା ସହ ଡିମ୍ବୁଲି କୁ ଏକ ପର୍ଯ୍ୟଟନ ସ୍ଥଳୀ କରାଯିବ ଏଥି ନିମନ୍ତେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଡିମ୍ବୁଲି ମହୋତ୍ସବର ସଂଯୋଜକ ଭାରତ ସରକାରଙ୍କ ଟ୍ରାଇଫେଡ ର ଉପାଧକ୍ଷ ପବିତ୍ର ମୋହନ କହଁର, ଉପଦେଷ୍ଟା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ,ବ୍ଲକ ଅଧକ୍ଷା ବାସନ୍ତୀ ମାଝି ,ବେଲଘର ସରପଞ୍ଚ ଗୋବିନ୍ଦ ମାଝି ପ୍ରମୁଖ ଡିମ୍ବୁଲି ମହୋତ୍ସବ ୨୦୨୪ ର ଉଦେଶ୍ୟ ସମ୍ପର୍କ ରେ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କନ୍ଧମାଳ ,ବୌଦ୍ଧ, ବଲାଙ୍ଗୀର ,କଳାହାଣ୍ଡି ଓ ରାୟଗଡ ୫ ଜିଲ୍ଲାର କ୍ଲାମ୍ବୁ ମୁଖିଆ ମାନଙ୍କୁ ସଭା ମଞ୍ଚକୁ ନିମନ୍ତ୍ରଣ କରି ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ପାରମ୍ପରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟ ପରିବେଷଣ ଲୋକେ ଦେଖି ବିମୋହିତ ହୋଇଥିଲେ । ହଜାର ହଜାର ଲୋକ ଡିମ୍ବୁଲି ପାହାଡର ଶୀର୍ଷ ଦେଶକୁ କୁ ଚଢି ସେଠାରେ ପୂଜା ଅର୍ଚନା କରିଥିଲେ । ଏହି ଡିମ୍ବୁଲି ମହୋତ୍ସବ କୁ ସଫଳ କରିବା ପାଇଁ ଜମ୍ବେଶ୍ଵର କହଁର,ଯଶୋବନ୍ତ ମାଝି ,ବସନ୍ତ ପ୍ରଧାନ ,ଦିଲ୍ଲୀପ କହଁର,ବିଶ୍ଵରଞ୍ଜନ କହଁର, ରାମ ଚନ୍ଦ୍ର ମାଝି ,ବିରେନ୍ଦ୍ର ଯାନୀ ,ପିଟୁକୁ ମାଝି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ