।। ବିହାରରେ ସାମ୍ବାଦିକ ମନୀଷ କଷ୍ୟପଙ୍କୁ ସର୍ବସାଧାରଣରେ ନିର୍ଯ୍ୟାତନା ସହ ହ୍ୟାଣ୍ଡକପ ପକାଇ ଘୋଷାଡ଼ି ଘୋଷାଡ଼ି ନେଇଥିବା ପୋଲିସଙ୍କ ବିରୋଧରେ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳୀୟମ ଫାଉଣ୍ଡେସନ ।।

Apr 4, 2023 - 18:14
 0  35
।। ବିହାରରେ ସାମ୍ବାଦିକ ମନୀଷ କଷ୍ୟପଙ୍କୁ ସର୍ବସାଧାରଣରେ ନିର୍ଯ୍ୟାତନା ସହ ହ୍ୟାଣ୍ଡକପ ପକାଇ ଘୋଷାଡ଼ି ଘୋଷାଡ଼ି ନେଇଥିବା ପୋଲିସଙ୍କ ବିରୋଧରେ ନ୍ୟାୟଳୟର ଦ୍ୱାରସ୍ଥ ହେଲା ଉତ୍କଳୀୟମ ଫାଉଣ୍ଡେସନ ।।

୩ ଏପ୍ରିଲ୍ ,୨୦୨୩ ପାଟନା, ବିହାର : ଉତ୍କଳୀୟମ ଫାଉଣ୍ଡେସନ ସର୍ବଦା ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟକରୁଥିବା ଏକ ସାମାଜିକ ସଂଗଠନ l ଯାହାକି ସର୍ବଦା ଅବହେଳିତଙ୍କର ସ୍ୱର ହୋଇ ଅଦ୍ୟବିଧି ସମଗ୍ର ଭାରତବର୍ଷରେ କାର୍ଯ୍ୟ କରୁଅଛି l ବିହାର ପ୍ରଦେଶରେ କାର୍ଯ୍ୟରତ ସାମ୍ବାଦିକ ମନୀଷ କଷ୍ୟପ ନିଜ ରାଜ୍ୟରେ ସରକାରୀ କାର୍ଯ୍ୟର ଦୁରୁପଯୋଗ ଓ ଅନିୟମିତତା ଓ ଭ୍ରଷ୍ଟାଚାରକୁ ନେଇ ନିଜର ସତ୍ୟତା ପ୍ରତିପାଦନ ନେଇ ଓ ନିଜ ପ୍ରଦେଶବାସୀ ଅନ୍ୟ ରାଜ୍ୟରେ ହେଉଥିବା ହଇରାଣ ଓ ହରକତକୁ ନେଇ ଖବର ପରିବେଷଣ ପରେ ଉଗ୍ର ହୋଇଛନ୍ତି ବିହାର ପ୍ରଦେଶ ସରକାର l ଏହି ଘଟଣାରେ ନିଜ ପ୍ରଦେଶରେ ପୋଲିସ ମନୀଷ କଷ୍ୟପଙ୍କୁ ଗିରଫ କରିବା ସହ ଅନ୍ୟ ପ୍ରଦେଶ ଯଥା ତାମିଲନାଡୁର ପୋଲିସକୁ ବି ଲଗାଇ ଗିରଫ କରାଯାଇଅଛି l ତତସହିତ ଜଣେ ସାମ୍ବାଦିକକୁ, ଅଭ୍ୟାସ ଗତ ଅପରାଧୀ ଭଳି ବ୍ୟବହାର ପଦର୍ଶନ ସହ ସର୍ବସାଧାରଣ ସ୍ଥାନରେ ହାତକଡି ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ବି ସର୍ବସାମ୍ମୁଖରେ ପ୍ରତିପାଦିତ କରିଛନ୍ତି ତାମିଲନାଡୁ ଓ ବିହାର ପୋଲିସ l ଯାହାଦ୍ୱାରା ମନୀଷ କଷ୍ୟପ ଓ ସମସ୍ତ ସାମ୍ବାଦିକ ସମାଜ ବା ଚତୁର୍ଥସ୍ତମ୍ଭର ଭାବାବେଗ ଓ ଅଧିକାର କ୍ଷୁର୍ଣ୍ଣ ହୋଇଅଛି l ଏହାଫଳରେ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜିବ ଲୋଚନ ପ୍ରଧାନ, ମାନ୍ୟବର ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀର ଦ୍ୱାରସ୍ଥ ହୋଇଛନ୍ତି, ଯାହାର କେଶ ଡାଏରୀ ନଂ- 5433/IN/2023 ଅଟେ ଓ ଏହିଭଳି କାଣ୍ଡ ଭିଆଇଥିବା ପୋଲିସ ଅଧିକାରୀ ବିରୋଧରେ କଡା ଆଇନତଃ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଆଇନତଃ ପକ୍ରିୟା ମାଧ୍ୟମରେ ସାମ୍ବାଦିକ ମନୀଷ କଷ୍ୟପଙ୍କୁ ମୁକ୍ତ ପାଇଁ ମାନ୍ୟବର ନ୍ୟାୟଳୟରେ ପାର୍ଥନା କରିଛନ୍ତି l ଉତ୍କଳୀୟମ ଫାଉଣ୍ଡେସନର ଏହିଭଳି କାର୍ଯ୍ୟଧାରକୁ ପ୍ରଶଂସା କରିଛନ୍ତି ସମସ୍ତ ସାମ୍ବାଦିକ ସମାଜ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବି ଗଣ l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ