।। ବିଶ୍ୱ ମିତଵ୍ୟୟିତା ଦିବସରେ ଜ଼ିଲ୍ଲାରେ ଗଡ଼ିଲା ସଚେତନତା ସଞ୍ଚୟ ରଥ ।।

Oct 30, 2023 - 21:06
 0  14
।। ବିଶ୍ୱ ମିତଵ୍ୟୟିତା ଦିବସରେ ଜ଼ିଲ୍ଲାରେ ଗଡ଼ିଲା ସଚେତନତା ସଞ୍ଚୟ ରଥ ।।

ନୂଆପଡା ; ନୂଆପଡା ଜ଼ିଲ୍ଲା ସଦର ଜ଼ିଲ୍ଲାପାଳଙ୍କ ପ୍ରାଙ୍ଗଣରେ ଜ଼ିଲ୍ଲା ସ୍ୱଳ୍ପ ଅଧିକାରୀ ବିବେକା ନନ୍ଦ ମହାନନ୍ଦ, ମହାନନ୍ଦଙ୍କ ଅଧ୍ୟକ୍ଷ୍ୟତାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପାଳ ଜ଼ିଲ୍ଲାପାଳ ହେମକାନ୍ତ ସାୟ ଏବଂ ନୂଆପଡା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡlଲା ରେଡ୍ଡୀ ରାଘବେନ୍ଦ୍ର ଯୋଗଦାନ କରି ଏହି ସଚେତନତା ରଥର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରଥର ଉଦେଶ୍ୟ ହେଲା ଜ଼ିଲ୍ଲାରେ ଅସ୍ୱାଭାବିକ ଭାବରେ ସୁଧହାର ପ୍ରଦାନ ର ପ୍ରତିଶୃତି ତଥା ଖୁବ କମ ଦିନରେ ମୂଳଜମା ଦୁଇଗୁଣ ହୋଇଯିବାର ପ୍ରଲୋଭନ ରେ ପଡି ଠକାମୀ ରେ ଶିକାର ଯେଭଳି କେହି ନ ହୁଅନ୍ତି ଯାହାକୁ ନେଇ ଆଜି ନୂଆପଡା ଜିଲ୍ଲା ରେ ଏକ ସଚେତନତା ରଥ ରେ ଶୁଭାରମ୍ଭ କରାଯାଇଛି। ଯାହାକୁ ପତାକା ଦେଖାଇ ଶୁଭ-ଉଦଘାଟନ କରିଛନ୍ତି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ଗୁନ୍ଦାଲା ରାଘବେନ୍ଦ୍ର ରେଡି। ଅଙ୍ଗନବାଡି କର୍ମୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ନୂଆପଡା ସହର ଭିତରେ ରେଲି କରିଥିବା ବେଳେ ଜିଲ୍ଲା ରେ ପାଞ୍ଚଟି ବ୍ଲକ ପରିକ୍ରମା କରି ସଚେତନ କରିବ ଏହି ରଥ । ଏହାସହ ଡାକଘର ଓ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ରେ ସଂଚୟ କରିବା ପାଇଁ ପ୍ରୋତ୍ସାହିତ କରୁଛି ଏହି ରଥ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁଚନ୍ଦl ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ଉନ୍ନୟନ ଭିମସେନ ଶବର, ଉପ ଜ଼ିଲ୍ଲାପାଳ ସୁବାସ ଚନ୍ଦ୍ରରାଇତା, ଜ଼ିଲ୍ଲା ନିର୍ବାଚନ ଓଆଇସି ଆଲୋକ କୁମାର ଆନଗୁଳିଆ, ଜ଼ିଲ୍ଲା ପଞ୍ଚୟତ ଅଧିକାରୀ ବିବେକା ନନ୍ଦ ମହାନନ୍ଦ, ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ, ଅଜୟ କୁମାର ପଟନାୟକ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମନକୁମାରୀ ଲମ୍ବୋ, ସଦର ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ ସଥପଥି, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

ନୂଆପଡାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ