।। ବିଶ୍ୱ ଜନଜାତି ଦିବସ ପାଳନ ସମାରୋହ ।।

ରାଜ୍ୟ ଓ କେନ୍ଦ୍ର ସରକାର ଜନଜାତି ପାଇଁ ଅନେକ ଆଇନ ସୁବିଧା ଯୋଗାଇ ଦେବା ବଦଳରେ ତାକୁ ବିଭିନ୍ନ ମାଧ୍ୟମରେ କାଟି ଦେବା ନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଖଣ୍ଡୁଆଳ ଖେଳ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ଥିବା ବେଳେ ଏଥିରେ ଶତାଧିକ ମହିଳା ଓ ପୁରୁଷ ଯୋଗଦାନ ଦେଇଥିଲେ l
ଏହି ଶୋଭାଯାତ୍ରା ବିଶ୍ୱ ଜନଜାତି ଦିବସ ପାଳନ କରିବାକୁ ନେଇ କରାଯାଇଥିଲା l ବିଶ୍ୱ ଜନଜାତି ଦିବସ ପାଳନ ହୋଇଯାଇଛି l ଏଥିର ଶୋଭାରେ ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ ଦଳର ସଭାପତି ଶ୍ରୀ ଜଲନ୍ଧଧର ନାଏକଙ୍କ ସଭାପତିତ୍ୱ କରିଥିଲେ l
ମୁଖ୍ୟ ଅତିଥି ଭାବରେ ଶ୍ରୀ ପରମାନନ୍ଦ ମାଝୀ ସଂମ୍ମାନିତ ଅତିଥି ଭାବରେ ବ୍ଲକ କଂଗ୍ରେସ ଦଳ ର ବରିଷ୍ଠ ନେତ୍ରୀ ଶ୍ରୀମତି ଦ୍ରୌପଦୀ ମାଝୀ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ସଞ୍ଜଯୋକ ଶ୍ରୀ ମୁରଲୀଧର ନାଏକ, ଥୁଆମୂଳ ରାମପୁର ବ୍ଲକ ର ଆଦିବାସୀ ସଙ୍ଘ ର ସଭାପତି ଶ୍ରୀ ସନାତନ ମାଝୀ,ଶ୍ରୀ କ୍ରିଷ୍ଣା ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀ ଅଶୋକ ସିଂ, ଭବାନୀପାଟଣା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସୁବାଷ ପ୍ରଧାନ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ବେଣୁପାଣି ଦୁର୍ଗା,
ଭବାନୀପାଟଣା ର ବାବା ଅଲି ଖା , ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ଯୁବ କଂଗ୍ରେସ ସଭାପତି ଶ୍ରୀ ଜଗାକାଳିଆ ନାଏକ, ଆଦିବାସୀ ସଙ୍ଘ ର ବ୍ଲକ ସମ୍ପାଦକ ଶ୍ରୀ ଘାସିରାମ ମାଝୀ ପ୍ରମୁଖ ଉପସ୍ଥିତ ହୋଇଥିବା ବେଳେ ଆଦିବାସୀ ପୁରୁଷ ମହିଳା ମାନଙ୍କୁ ତାଙ୍କ ଜୀବନ ଜୀବିକା, ପରମ୍ପରା ପର୍ବ ପର୍ବାଣି, ଚଳଣି କୁ ନେଇ ଦାବୀ ରଖିବା ଓ ଏକାଠି ହୋଇ ସଂଘର୍ଷ କରିବା ପାଇଁ ସଚେତନ କରିଥିଲେ l ସରକାର ଆଦିବାସୀ ମାନଙ୍କ ପାଇଁ କେମିତି ନ୍ୟାୟ ଦେବେ ତାହା ପୁଙ୍ଖାନୁପୁଙ୍ଖ ମହିଳା ପୁରୁଷ ସହିତ ଆଲୋଚନା କରିଥିଲେ l ସଭାକୁ ଜଗlକାଳିଆ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭସlଙ୍ଗ କରିଥିଲେ l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






