ବିଶ୍ଵ ଶ୍ରମିକ ଦିବସ ଅବସରରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର ଏକ ସାଧାରଣ ସମାବେଶ ବାରିପଦା ର ସହିଦ ସ୍ତୁତି ଭବନ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି

May 1, 2026 - 20:24
 0  12
ବିଶ୍ଵ ଶ୍ରମିକ ଦିବସ ଅବସରରେ  ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର ଏକ ସାଧାରଣ ସମାବେଶ  ବାରିପଦା ର ସହିଦ ସ୍ତୁତି ଭବନ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି

ବାରିପଦା:;-୦୧/୦୫/୨୬ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା) ଏହି ସମାବେଶରେ ଓଡ଼ିଶା ରାଜ୍ୟସଭା ସାଂସ୍ୟଦ ମାନ୍ୟବର ଶ୍ରୀଯୁକ୍ତ ଦୀଲ୍ଲୀପ ରାୟ ଯୋଗଦାନ କରିବା ପାଇଁ ମୟୂରଭଞ୍ଜର ବାରୀପଦା ଗସ୍ତ କରିଥିଲେ । ମାନ୍ୟବର ଲୋକପ୍ରିୟ ସାଂସଦ ଙ୍କୁ ପ୍ରଥମେ ମୟୂରଭଞ୍ଜର ଜାଗ୍ରତ ପହରୀ ତଥା ବିକାଶର ସାରଥୀ, ଭଞ୍ଜ ସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଯୁବନେତା ବୁଦ୍ଧିଜୀବି ପାଲ ବଣୀ ଠାରେ ଫୁଲ ତଡ଼ା ଦେଇ ସ୍ଵାଗତ କରିଥିଲେ, ଏହି ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ଉଭୟ ପୁଷ୍ପମାଲ୍ୟ ଦେଇ ପ୍ରଣାମ କରି ଭକ୍ତ ସଭାରେ ସାଂସଦ ମହୋଦୟ ଯୋଗ ଦାନ କରିଥିଲେ। ତାଙ୍କର ଆଗମନରେ ବାରୀ ପଦା ସହର ତଥା ଏହି ସଭାସ୍ଥଳି ଚଳଚଞ୍ଚଳ ହୋଇଉଠିଥିଲା।ବିଦ୍ୟୁତକର୍ମଚାରୀ ଦାବୀକୁ ସରକାରଙ୍କର ପାଖରେ ପହଁ6ଞ୍ଚଇବେ ଏବଂ ଯଥାସମ୍ଭବ ଏହି ଦାବୀ ପୂରଣ ପାଇଁ ସବୁ ବେଳେ ତାଙ୍କ ସହଯୋଗ ରହିଛି ଓ ରହିବ ବୋଲି ମତବ୍ୟକ୍ତି କରିଥିଲେ । ମୟୂରଭଞ୍ଜରେ ଶିମିଳିପାଳ କୁ ବିଶ୍ଵ ଦରବାରରେ ଅଧିକ ପରିଚୟ.ସୃଷ୍ଟି କରିବା ଓ ଏହାର ଟ୍ଯୂରିଜିମ ସେକ୍ଟର କୁ ବଢ଼ାଇବା ପାଇଁ ସହଯୋଗ ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ସଭାରେ ବହୁସଂଖ୍ୟାରେ ବିଦ୍ୟୁତକର୍ମଚାରୀ ଏବଂ ସ୍ବୟ୦ ସହାୟକ ଗୋଷ୍ଠି ତଥା ଅଙ୍ଗନୱାଡି କର୍ମମାନେ ଉପସ୍ତିତ ଥିଲେ ଏହି ସଭାରେ ସେମାନଙ୍କର ଦାବୀ ପତ୍ର ମାନ୍ୟବର ସାଂସଦଙ୍କୁ ଦେଇଥିଲେ। ଏହି ସଭାରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ରଭଞ୍ଜଦେଓ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ତିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ