।। ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବରୀରେ ବବି ଓ ବିଶ୍ୱ ।।

Oct 12, 2024 - 07:39
 0  252
।। ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବରୀରେ ବବି ଓ ବିଶ୍ୱ ।।

ବରୀ ଅଞ୍ଚଳରେ ଧୁମ୍ ଧାମରେ ପାଳନ ହେଉଛି ଦୁର୍ଗା ପୂଜା। ମହାଷ୍ଟମୀରେ ଯାଜପୁରର ପ୍ରାକ୍ତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ରାମଚନ୍ଦ୍ର ସ୍ଥିତ ଦୁର୍ଗା ମଣ୍ଡପରେ ପହଞ୍ଚି ମା’ଙ୍କ ଆଶୀର୍ବାଦ । ନେବା ସହିତ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଯୋଡି ହୋଇଥିଲେ। ଶ୍ରୀ ଦାସ ଓ ଶ୍ରୀ ମଲ୍ଲିକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପରେ ସେଠାରେ ଭିଡ ଦେଖୁବାକୁ ମିଳିଥିଲା। ବରୀ ରାମଚନ୍ଦ୍ରପୁର ସ୍ଥିତ ଜୟ ଦୁର୍ଗା ପୂଜା କମିଟି ପକ୍ଷରୁ ଦୁଇ ନେତାଙ୍କୁ ପୁଷ୍ପ ଗୁଛ ଦେଇ ସ୍ଵାଗତ କରାଯାଇଥିଲା। ପୂଜା ମଣ୍ଡପ ବୁଲିବା ସମୟରେ ସେମାନଙ୍କ ସହିତ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି, ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ବରୀ ବ୍ଲକ ଉପାଧ୍ୟକ୍ଷ ଅର୍ଜନା ମଲିକ, ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ସାମଲ, ରଞ୍ଜନ ପଣ୍ଡା, ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା, ଦିଲ୍ଲୀପ ବେହେରା, ଅରବିନ୍ଦ ମହାନ୍ତି, ପ୍ରସନ୍ନ ସାମଲ, ପ୍ରବୀର୍ ଧଳଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ପରେ ପ୍ରଣବ ପ୍ରକାଶ ଦାସ ବିଶ୍ୱଙ୍କ ବାସଭବନରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ସ୍ଵାଗତ କରିଥିଲେ। ବବିଙ୍କ ବରୀ ଗସ୍ତରେ ଦଳୀୟ କର୍ମୀ ନେତାମାନଙ୍କ ମଧ୍ୟରେ ଉତ୍ସାହ ଦେଖୁବାକୁ ମିଳିଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ