ବିଧବା ସୁଗି ଓ ଦିବ୍ୟାଙ୍ଗ ଶ୍ରେୟାକୁ ସରକାରୀ ଭତ୍ତା କେବେ?ବ୍ଲକ ଓ ପଂଚାୟତ କାର୍ଯାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି
ରାଇରଙ୍ଗପୁର ୮/୧(ନି ପ୍ର )ଧାଡିର ସବା ପଛରେ ଥିବା ଲୋକଙ୍କ ନିକଟରେ ସରକାରୀ ସହାୟତା ପହଂଚିଵା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ l ମାତ୍ର ତୃଣମୂଳସ୍ତର ରେ ଥିବା ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ ଅବହେଳା ଯୋଗୁଁ ଠିକ ସମୟ ରେ ଗରିବ ଓ ଅସହାୟ ଲୋକଙ୍କ ନିକଟରେ ସରକାରଙ୍କ ସହାୟତା ପହଂଚିପାରୁନାହିଁ l ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଇରଙ୍ଗପୁର ବ୍ଲକ ହାତିଆ ପଂଚାୟତ କପିଳି ଗ୍ରାମର ବିଧବା ସୁଗି ମୁଣ୍ଡା ଏବଂ ତାଙ୍କରି ଦିବ୍ୟାଙ୍ଗ ଝିଅ ଶ୍ରେୟା ମୁଣ୍ଡା lଶ୍ରେୟା ୭୬ ପ୍ରତିଶତ ଦିବ୍ୟାଙ୍ଗ l ସ୍ୱାମୀ ବଳଭଦ୍ରଙ୍କ ମୃତ୍ୟୁ ପରେ ସୁଗି ଦିନ ମଞ୍ଜୁରୀ କାମ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି l ଏବେ ଗାଁଗଣ୍ଡା ରେ ଧାନକଟା ସରିଯିବା ପରେ ପରିବାର ଚଳାଇବା ପାଇଁ କାମଧନ୍ଦା ମିଳୁନାହିଁ l ଫଳ ରେ ସେମାନଙ୍କ ପାଇଁ ନିଜ ପରିବାରର ଖର୍ଚ୍ଚ ତୁଲାଇବା ଅତ୍ୟନ୍ତ କଷ୍ଟ ହୋଇ ପଡିଛି lବିଧବା ଭତ୍ତା ପାଇଁ ସୁଗି ଦୀର୍ଘ ଦିନ ଧରି ଆବେଦନ କରିଥିଲେ ମଧ୍ୟ ତାଙ୍କରି ଭତ୍ତା ଏଯାଏଁ ମଞ୍ଜୁର ହୋଇପାରି ନାହିଁ l ସେହିପରି ଦିବ୍ୟାଙ୍ଗ ଝିଅ ପାଇଁ ଭତ୍ତା ଆବେଦନ କରିଥିଲେ ମଧ୍ୟ ମିଳିବା ରେ ବିଳମ୍ବ ହେଉଛି l ବହୁବାର ମା`ଝିଅ ସେମାନଙ୍କର ଭତ୍ତା ପାଇଁ ୨୦ କିଲୋମିଟର ଦୂର ବ୍ଲକ କାର୍ଯାଳୟକୁ ଏବଂ ପଂଚାୟତ କାର୍ଯାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି l ହାତିଆ ପଂଚାୟତ ର କପିଳି ଗ୍ରାମର ସୁଗିଙ୍କୁ ବିଧବା ଓ ତାଙ୍କରି ଝିଅ ଶ୍ରେୟାଙ୍କୁ ଦିବ୍ୟାଙ୍ଗ ଭତ୍ତା କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0