।। ବିଦ୍ୟାଳୟ କ୍ୟାବିନେଟ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ।।

Jul 9, 2024 - 13:15
 0  17
।। ବିଦ୍ୟାଳୟ କ୍ୟାବିନେଟ ଶପଥ ଗ୍ରହଣ  ଉତ୍ସବ ଅନୁଷ୍ଠିତ ।।

ନୂଆପଡା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲିଆବନ୍ଧା ଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିର୍ବାଚନ ମାଧ୍ୟମରେ ଗଠିତ ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସ୍କୁଲ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଥାନେଶ୍ୱର ପଟେଲ, ଉପ-ମୁଖ୍ୟମନ୍ତ୍ରୀ ଆରତୀ ପଟେଲ ଓ ପ୍ରତାପ ହଂସ, ଶିକ୍ଷାମନ୍ତ୍ରୀ ଘନଶ୍ୟାମ ପଟେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଗୌତମ ପଟେଲ, ପରିବେଶ ମନ୍ତ୍ରୀ ନେମିଶ ପଟେଲ, ଖାଦ୍ୟ ମନ୍ତ୍ରୀ ଚନ୍ଦ୍ରଶେଖର ହରିଜନ , କ୍ରୀଡାମନ୍ତ୍ରୀ ଖଗେଶ୍ବର ଶବର, କଳା ଓ ସଂସ୍କୃତି ମନ୍ତ୍ରୀ ସୁମିତ୍ରା ବରିହା, ମୀନାମନ୍ତ୍ରୀ ତାରିଣୀ ଗଉଡ ଶପଥ ଗ୍ରହଣ କରିଥିଲେ। ବିଦ୍ୟାଳୟର ବଶିଷ୍ଠ ଶିକ୍ଷକ କିଶୋର କୁମାର ପରିଡ଼ା ମନ୍ତ୍ରୀମାନଙ୍କୁ ବିଦ୍ୟାଳୟରେ ଶୃଙ୍ଖଳା, ଦାୟିତ୍ଵବୋଧ, ସମୟାନୁବର୍ତ୍ତିତା , ସ୍ୱଚ୍ଛପରିବେଶ ଓ ସୁରକ୍ଷାଜ୍ଞାନ ଜାଗରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲ କ୍ୟାବିନେଟ ଶପଥ ଗ୍ରହଣ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ନାନ୍ତା ମାଝୀ, ରବିଶଙ୍କର ଭୋଇ, ଗୁଣସାଗର ଭୋଇ, ଲିଲାବାଇ ଶବର ଏବଂ ଏଆଇଏଫ୍ ଶିକ୍ଷକ ଛବିଳ କୁମାର ନିଆଲ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀମଣ୍ଡଳଙ୍କୁ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ। ପରିଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୁଣସାଗର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସାଙ୍ଗ ଘୋଷଣା କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ