।। ବିଜେପି ର ମହା ସଂଗ୍ରାମ କାର୍ଯ୍ୟକ୍ରମ, ବିଜେଡି ର ପର୍ଦ୍ଦାଫାଶ ।।

May 10, 2024 - 20:53
 0  23
।। ବିଜେପି ର ମହା ସଂଗ୍ରାମ କାର୍ଯ୍ୟକ୍ରମ, ବିଜେଡି ର ପର୍ଦ୍ଦାଫାଶ ।।

ପଚିଶି ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବିଜେଡ଼ି ସରକାର ରାଜ୍ୟକୁ ସବୁ କ୍ଷେତ୍ରରେ ମହାଦୁର୍ନୀତି କରିଚାଲିବା ସହ ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ କେବଳ ରଙ୍ଗବୋଲି ଚକ୍ ଚକ୍ କରି ପିଲାଙ୍କୁ ନଅ,ଦଶ ହଜାର ବ୍ୟାଙ୍କ୍ ଖଟରେ ଦେଇ, ନୁଆ ଓ ଭଳି ମୂଲ୍ୟହୀନ ଅନୁଷ୍ଠାନ କରି ଗୀତ ନାଚ ରିଲ ବନେଇ ନିଜର ବିକାଶର ପ୍ରଚାର ପ୍ରସାର କରି ଚାଲିଛନ୍ତି ହେଲେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନଥିବା ସାଧରଣରେ ପ୍ରକାଶ ପାଇଛି।ବିକାଶ ବିକାଶ କହି । ଓଡ଼ିଶାର ଯୁବକମାନଙ୍କର ଦାଦନ ସମସ୍ୟା ଭିତରେ ଠେଲିଦେଉଛନ୍ତି ରାଜ୍ୟ ସରକାର । ତେଣୁ ସେମାନଙ୍କ ଦୁଃଖ କହିଲେ ସରିବ ନାହିଁ। ଦୂରଦୃଷ୍ଟି ସମ୍ପନ୍ନ କେନ୍ଦ୍ର ସରକାରଙ୍କ ଜନହିତକାରି ଅନୁଦାନ ଖର୍ଚ୍ଚ ନକରି ଓଡ଼ିଶାର ଉନ୍ନତିରେ ବାଧକ ସାଜୁଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ନ ପହଞ୍ଚାଇ କେନ୍ଦ୍ରର ଯୋଜନାରେ ଷ୍ଟିକର ମାରି ନିଜ ନାଁରେ ନାମିତ କରୁଥିବା ଘଟଣାକୁ ବିରୋଧ କରି ଆଜିକି ପଚିଶ ବର୍ଷ ହେଲା କିନ୍ତୁ ଫଳ ଶୁନ୍ୟ ହୋଇଯାଇଛି ବୋଲି ବକ୍ତବ୍ୟରେ ପ୍ରକାଶ ପାଇଛି ।ତେଣୁ ବର୍ତ୍ତମାନ ୨୦୨୪ ନିର୍ବାଚନ ସମୟ ଆସିଛି ।ସେଥିସକାଶ ରାଜ୍ୟ ସରକାରଙ୍କ ବିଜେଡ଼ି ଗଡକୁ ଭାଙ୍ଗିବାକୁ ପଦ୍ମଫୁଲ ଭୋଟ ଦେଇ ଉଭୟ ସାଂସଦ ପ୍ରାର୍ଥୀନି- ମାଲବିକା ଦେବୀ ଓ ବିଧାୟକ ପ୍ରାର୍ଥୀ- ରମେଶ ମାଝୀଙ୍କୁ ଜୟଯୁକ୍ତ କରିବାକୁ ଦଳ ଭୋଟଭିକ୍ଷା କରିଥିବା ଦେଖିବାକୁ ମିଳିଛି । ଏଥି ନିମନ୍ତେ ବ୍ଲକ ବିଜେପି ଯୁବମୋର୍ଚ୍ଚା ମଣ୍ଡଳୀ ନେତୃତ୍ୱରେ ଜୟପାଟଣା ବଜାର ପଡା ପଡିଆରେ ଏକ ବିରାଟ ଜନ ସମାବେଶ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପରିବେଶ ମନ୍ତ୍ରୀ - ଭୂପେନ୍ଦ୍ର ଯାଦବ, ଜିଲ୍ଲା ସଭାପତି - ଆର୍ତ୍ତତ୍ରାଣ ମହାପାତ୍ର, ଏମ ପି ପ୍ରାର୍ଥୀ - ମାଳବିକା ଦେବୀ, ବିଧାୟକ ପ୍ରାର୍ଥୀ - ରମେଶ ଚନ୍ଦ୍ର ମାଝୀ , ଅର୍କକେଶରି ଦେଓ, ସେଶଦେବ ବେହେରା, ଗଙ୍ଗାଧର ମାଝୀ, ରମେଶ ସାହୁ, ଥବିର ବାଗ, ଅଙ୍ଗଦ ମାଝୀ, ବିଜୟ ଦିଶାରି, ଉଆଁସୁ ବିଶ୍ଵାଳ, ଭାସ୍କର ପ୍ରସାଦ ବେହେରା, ବିମୁଧା ପଣ୍ଡା, ପ୍ରକାଶ ଠାକୁର୍, ତିର୍ଥରାଜ୍ ଦଳପତି, ଜଗମୋହନ ପଟ୍ଟନାୟକ, ମମତା ପଣ୍ଡା, ବିଭୂତି ଭୂଷଣ ପାଣିଗ୍ରାହୀ, ରୁଦ୍ର ପ୍ରଧାନୀ, ମନୋଜ ପାତ୍ର, ସୁଶାନ୍ତ କୁମାର ମୁଣ୍ଡ, ହରିକିସନ ଜୈନ, ସୀତାରାମ ନାଏକ, ଅଶୋକ କୁମାର ଦାସ, ଉପସ୍ଥିତ ହେଇ କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇ ଥିଲେ ।

କଳାହାଣ୍ଡି ଜିଲ୍ଲା ରୁ (ADC)ବାବୁଲି ହରିଜନଙ୍କ ରିପୋର୍ଟ FIRST NEWS ଓଡ଼ିଶା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ