।। ବିଜାବଣ୍ଡଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମନମାନି କୁ ନେଇ ସ୍କୁଲ ଭିତରେ ତାଲା ଠୁକିଲେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିବାବକ ।।

Nov 25, 2023 - 19:09
 0  319
।। ବିଜାବଣ୍ଡଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମନମାନି କୁ ନେଇ ସ୍କୁଲ ଭିତରେ ତାଲା ଠୁକିଲେ  ସ୍କୁଲ ଛାତ୍ରଛାତ୍ରୀ ଓ ଅଭିବାବକ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ବିଜାବଣ୍ଡଳୀ ଗ୍ରାମର ଆଜି ସକାଳେ ସାତ ଘଣ୍ଟା ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍କୁଲ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସ୍କୁଲ ଛାତ୍ରଛାତ୍ରୀ ଅଭିବାବକ ମାନେ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ‌ ସ୍କୁଲ ମେନ୍ ଗେଟ୍ ରେ ତାଲା ପକାଇଥିଲେ ଏହି ସ୍କୁଲ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ନେଇ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାଇବା ବଦଳରେ ସବୁ ଦିନ ପରି ପରସ୍ପର ଭିତରେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାପାତ୍ର ଝଗଡା କରୁଥିବା ବେଳେ ଅନ୍ୟ ଶିକ୍ଷକ ବିଶ୍ଵ ଜିତ୍ ପାଣ୍ଡବ, ନିରଞ୍ଜନ ରାଉତ,ରସ୍ମୀବାଲ୍ ଦେ, ସହିତ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଗ୍ରାମ ବାସୀ ଙ୍କ ତରଫରୁ ଅଭିଯୋଗ କରାଯାଇଥିବା ବେଳେ। ପ୍ରଧାନ ଶିକ୍ଷକ ସବୁ ବେଳେ ନିମ୍ନମାନର ପାଣି ଡାଲି ସିଝା ଚୋପା ଅଣ୍ଡା ଦର ସିଝା ଭାତ ମଧ୍ୟାହ୍ନ ଭୋଜନ ଦେଉଥିବା ଓ ଛାତ୍ରଛାତ୍ରୀ ମାନଙ୍କୁ ଗାଲିଗୁଲଜ କରୁଥିବା ପିଇବା ପାଣି ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଦେଉ ନଥିବା ନେଇ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଜି ସକାଳ ୭ ଟା ସମୟରେ ମେନ୍ ଗେଟ୍ ବନ୍ଦ କରି ତାଲା ପକାଇ ରୋଡ଼ ଉପରକୁ ବହି ପୁସ୍ତକ ଧରିଆସି ଯେଉଁ ଦିନରେ ଏହାର ସମାଧାନ କରାଯିବ ତେବେ ଆମେ ତାଲା ସେହି ଦିନରେ ଖୋଲିବୁ ବୋଲି ବସି ରହି ଥିଲେ। ମୁନିଗୁଡା ଶିକ୍ଷାଧିକାରୀ ଏହି,ଖବର ପାଇ ସ୍କୁଲ ର ସମାଧାନ ନିମନ୍ତେ ଏବିଓ, ବିଆରସିସି,ସିଆରସିସି, ତିନି ଜଣ ଙ୍କୁ ପଠାଇ ଥିଲେ । ଶେଷରେ ଓଡ଼ିଶା ସରକାର ସ୍କୁଲ ର ରକ୍ଷଣ ବେକ୍ଷଣା ଓ ରିପାଇରିଙ୍ଗ ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସ୍କୁଲ ମାନଙ୍କୁ ଦିଆଯାଉଥିବା ବେଳେ ଆଜି କୁ -୫ ପାଞ୍ଚବର୍ଷ ହେବ ଆମର ବିଜାବଣ୍ଡଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୌଣସି ଚୁନ ମଧ୍ୟ ଲଗାଯାଇନାହିଁ ଲେଟ୍ରିନ୍ ସୈଚାଳୟ ସୁବ୍ୟବସ୍ଥା ମଧ୍ୟ ନାହିଁ। ବହୁତ୍ ପରିତାପର ବିଷୟ ଏଭଳିକି ଅବ୍ୟବସ୍ଥା ରେ ଆମ, ବିଜାବଣ୍ଡଳୀ ସ୍କୁଲ ଚାଲିଛି ଏଥିସହିତ ପ୍ରଧାନ ଶିକ୍ଷକ ଜାଲ ସାର୍ଟିଫିକେଟ ନେଇ କିପରି ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ ଓ ଏହି ବିଷୟରେ କାହିଁକି ତଦନ୍ତ କରାଯାଉନାହିଁ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରସାସନ ହସ୍ତ କ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ ବୋଲି ସ୍କୁଲ କମିଟିର ସଭାପତି ମନୋଜ ସୁନାନି, ଓ ପୂର୍ବ ତନ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା ,ଦାସ ସୁନାନି, ଦୁର୍ଯ୍ୟୋଧନ ନାଗ,ବୁଡୁ କାଡ଼୍ରକା,ଦଶରଥ ସୁନିନି, ମାମୁନି ପ୍ରଧାନ, ପ୍ରମୁଖ ଅଭିଯୋଗ କରିଛନ୍ତି ପ୍ରକାଶ ଥାଉକି, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାପାତ୍ର, ନିରଞ୍ଜନ ରାଉତ, ରସ୍ମୀବାଲ୍ ଦେ, ତିନି ଜଣ ଶିକ୍ଷକ ଙ୍କୁ ୧/୧୨/୨୦୨୪ ଭିତରେ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଏବଂ ସ୍କୁଲ ରେ ଚୁନ ଲଗାଇବାକୁ ସ୍କୁଲ କୁ ହାଇସ୍କୁଲ କରାଇବା କୁ, ଏବିଓ,ପ୍ରଶ୍ନ କୁମାର ପାତ୍ର, ବିଆରସିସି, ସହଦେବ ଚିଚୁଆନ,ସିଆରସିସି, ପୁର୍ଣ୍ଣ ଚନ୍ଦ୍ର ଦୋରା ,ଏକ ଲେଖା ମାଧ୍ୟମରେ ଗ୍ରାମବାସୀ ଙ୍କୁ ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ରୁ ଓହରି ଯାଇଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ