ବିଜାତଳା ଓ ବାଡାମତଳିଆ ଲ୍ୟାମ୍ପସ ରେ ଧାନ ମଣ୍ଡି ଉଦଘାଟନ

Dec 31, 2025 - 03:10
 0  1
ବିଜାତଳା ଓ  ବାଡାମତଳିଆ ଲ୍ୟାମ୍ପସ ରେ ଧାନ ମଣ୍ଡି ଉଦଘାଟନ

ରାଇରଙ୍ଗପୁର ୩୦/୧୨( ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା ) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ରେ ବିଜାତଳା ଲ୍ୟାମ୍ପସ ଏବଂ ବାଡାମତଳିଆ ଲ୍ୟlମ୍ପସ ରେ ଧାନ ମଣ୍ଡି ଉଦଘାଟନ କରାଯାଇଛି। ଦୁଇ ଲ୍ୟlମ୍ପସ ର ସାରସକଣା ବିଧାୟକ ଭାଦବ ହାଁସଦା ଫିତା କାଟି ଉଦଘାଟନ କରିଥିଲେ। ବାଡାମତଳିଆ ରେ ବଡାମତଳିଆ ପରିଚାଳନା ନିର୍ଦ୍ଧେଶକ ରଜତ କୁମାର ମହାନ୍ତ, ତୁଷାର କାନ୍ତି ମହାନ୍ତି,ମନୋରଞ୍ଜନ ମହାନ୍ତ, ବିଜୟ କୁମାର ଟୁଡୁ ବିଜେପିର ବରିଷ୍ଠ ନେତା ସୋରଜ ମହାନ୍ତ, ସୁପାଇ ଟୁଡୁ ଏବଂ ଲ୍ୟାମ୍ପସ ର କର୍ମଚାରୀ ମାନେ ଉପସ୍ଥିତି ରହିଥିଲେ। ବିଜାତଳା ଲ୍ୟlମ୍ପସଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି | ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ଲ୍ୟାମ୍ପସ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ବେଶ୍ରା, ବିଜାତଳା ରାଜସ୍ୱ ନିରୀକ୍ଷକ ଦାମୁଦର ବାରୀ   ଏବଂ ଲ୍ୟlମ୍ପସ କର୍ମଚାରୀ ଉପସ୍ଥିତ ଥିଲେ  |  ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ଦିନ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସୂଚନା ମିଳିଛି ଏବଂ ବାଡାମତଳିଆ ରେ ସପ୍ତାହର ସୋମବାର, ବୁଧୁବାର ଏବଂ ଶୁକ୍ରବାର ଦିନ ସଂଗ୍ରହ କରାଯିବ| ଏଥର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବାର ସୁବ୍ୟବସ୍ଥା ସାଙ୍ଗକୁ ସୁରୁଖୁରୁରେ ଧାନ କ୍ରୟ ନେଇ ଆଶାବାଦୀ ଅଛନ୍ତି ଲ୍ୟାମ୍ପସ କତୃପକ୍ଷ  |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ