ବି ଇ ଓ ଙ୍କୁ ତାଲା ପକାଇଲେ ଗ୍ରାମବାସୀ
ସ୍ତାନ : ରାଇଘର ତା: ୨୭.୦୯.୨୦୨୫ ରିଖ: ANCHOR : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସ ର ସପ୍ତମ ଶ୍ରେଣୀ ଛାତ୍ର ମଙ୍ଗଳ ସିଂ ଗଣ୍ଡ ଚିକିତ୍ସାଧୀନ ଅବସ୍ଥାରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ପରେ ଉତ୍ତେଜନା ବଢିଛି ! ବିଦ୍ୟାଳୟ କତୃପକ୍ଷ ଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ଯୋଗୁଁ ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ତଦନ୍ତ ପାଇଁ ଆସିଥିବା ରାଇଘର ଗୋଷ୍ଠି ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ଙ୍କୁ ତାଲା ମାରି ବନ୍ଧକ ରଖିଛନ୍ତି ! ଗତ କାଲି ରାତି ୧୧ଟା ସମୟରେ ମଙ୍ଗଳ ଙ୍କୁ ବାନ୍ତି ହୋଇ ଅସୁସ୍ଥ ହୋଇଥିଲେ, ପ୍ରଥମେ ସରକାରୀ ଚିକିତ୍ସାଳୟ କୁ ନେବା ପରିବର୍ତ୍ତେ ସ୍ଥାନୀୟ ଏକ କ୍କ୍ୱାକ ପାଖକୁ ମଙ୍ଗଳ ସିଂ ଙ୍କୁ ଚିକତ୍ସା ପାଇଁ ନେଇଥିଲେ ସେହିଠାରେ କ୍କ୍ୱାକ କିଛି ସମୟ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ହାଟଭରଣ୍ଡୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ !ସେହିଠାରେ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ନ ସୁଧୁରିବାରୁ ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ଜଣକ ମୁର୍ତ୍ୟୁ ବରଣ କରିଥିଲେ ! ଏହା ପରେ ରାଇଘର BEO ତଦନ୍ତ ପାଇଁ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ଆକ୍ରୋଶ ର ଶିକାର ହୋଇ ଥିଲେ ବର୍ତ୍ତମାନ ବନ୍ଧକ ଅଛନ୍ତି, ପରିସ୍ଥିତି ଉତ୍ତେଜନା ପୁର୍ଣ ରହିଛି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0