ବାଲ୍ୟବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲୀ

Jan 26, 2026 - 17:30
 0  1
ବାଲ୍ୟବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲୀ

ବାରିପଦା : ବାଲ୍ୟ ବିବାହ ନିବାରଣ ଏବଂ ଶିଶୁମାନଙ୍କ ଶିକ୍ଷା, ସ୍ୱପ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନିଆ ଅଭିଯାନ ଅଧୀନରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ (ସମାଜ ମଙ୍ଗଳ ବିଭାଗ) ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାଇକେଲ ରାଲୀ ଅନୁଷ୍ଠିତ ହୋଇ ଯାଇଅଛି । ଏହି ରାଲି ଜିଲ୍ଲାପାଳ ଅଫିସ ପରିସରରେ ଆୟୋଜିତ ଏହି ବାରିପଦା ସହର ପରିକ୍ରମା କରି ପୁନଃ ଜିଲ୍ଲାପାଳ ପରିସରରେ ସମାପ୍ତ ହୋଇଥିଲା । ଏହି ରାଲିରେ ପ୍ରାୟ ୧୫୦ ଜଣ ଅଂଶ ଗ୍ରହଣ କରିଥିଲେ। । ରାଲୀ ମାଧ୍ୟମରେ “ବାଲ୍ୟ ବିବାହ ଏକ ଅପରାଧ” ଓ “ଶିଶୁମାନଙ୍କୁ ବାଲ୍ୟ ବିବାହ କୁ ନା ଓ ବିଦ୍ୟାଳୟକୁ ହଁ, ବାର୍ତ୍ତା ସାଧାରଣ ଲୋକଙ୍କୁ ପହଞ୍ଚା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ ମହୋଦୟ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଖବନ୍ଧୁ ନାୟକ, ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତି , ଜିଲ୍ଲା କାର୍ଯକ୍ରମ ଅଧିକାରୀ ସୁକାନ୍ତି ସେଠୀ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନମିତା ବିଶ୍ଵାଳ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଫିସର ଓ କର୍ମଚାରୀ ,ହବ୍ ର କର୍ମଚାରୀ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବାଲ୍ୟ ବିବାହ ବିରୋଧରେ ସମାଜକୁ ସଚେତନ କରିଥିଲେ । ଏଥିରେ ବିଭିନ୍ନ କଲେଜ ର ଛାତ୍ରଛାତ୍ରି ଏବଂ ଯୁବ ଗୋଷ୍ଠି ଭାଗ ନେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ