।। ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ।।
କିର୍ମିରା୨୦।୧୨(ଫାଷ୍ଟ ନିଉଜ ଓଡ଼ିଶା)ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନିଆ ସଚେତନ ଅଭିଯାନ ଝାରସୁଗୁଡା ପ୍ରଶାସନ ପକ୍ଷରୁ କିର୍ମିରା ବ୍ଳକ ଅର୍ଡା ଆଶ୍ରମ ବିଦ୍ୟାଳୟ,ଅର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ବନ୍ଧପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି।ବାଲ୍ୟ ବିବାହ ର କୁ ପ୍ରଭାବ ଯଥା ସ୍ବାସ୍ଥ୍ୟ,ଶିକ୍ଷାରେ ହାନୀ ସହ ଜୀବନ ପ୍ରତି ବିପତ ରହିବା ଏହା ବ୍ୟତିତ ଶିଶୁ ଯୌନ ଅପରାଧ,ଶିଶୁ ଶ୍ରମିକ ଅପରାଧ ଏବଂ ଆତ୍ମରକ୍ଷା ବିଷୟରେ ସଚେତନ କରାଯାଇଥିଲା।ଜିଲା ମହିଳା ସମାଜ କଲ୍ୟାଣ ବିଭାଗର ଯୁବଲି ରାନୀ ପଟେଲ,ଝସକେତନ ସା ସଚେତନ କରି ଶପଥ ପାଠ କରାଇଥିଲେ।ଅର୍ଡା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ,ଅର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟ ସଦୁଆଲ ,ବନ୍ଧପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟେଲ ଉପସ୍ଥିତ ଥିଲେ।ଶିକ୍ଷକ,ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।
କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ First News Odisha
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0