।। ବାଲେଶ୍ବର ରେଳ ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁକୁ ନେଇ ବୈପାରିଗୁଡ଼ା ମୁଖ୍ୟ ଚକରେ ଶକସଭା ପାଳନ ।।

Jun 4, 2023 - 17:07
 0  96
।। ବାଲେଶ୍ବର ରେଳ ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁକୁ ନେଇ ବୈପାରିଗୁଡ଼ା ମୁଖ୍ୟ ଚକରେ ଶକସଭା ପାଳନ ।।

ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସତରେ ଖୁବ୍‌ ହୃଦୟ ବିଦାରକ । ସେହି ରାତିର ଛାତି ଥରା ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ । ଟଳ ଟଳ ଆଖିଝରା ଲୁହ ଓ ଆର୍ତ୍ତଚିତ୍କାର୍ ଥିଲା ସେଠାକାର ଦୃସ୍ୟ। ଚାରିଆଡ଼େ ଶୁଭୁଥିଲା କାନ୍ଦ ବୋବାଳିର କରୁଣ ସ୍ୱର । ହେଲେ ସାହାଯ୍ୟର ହାତ ବଢ଼ିବା ଆଗରୁ ଛଟପଟ୍‌ ହୋଇ ଚାଲିଗଲା ଅନେକ ଲୋକଙ୍କ ଜୀବନ। ଏହାକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ସହିଦ୍ ଲକ୍ଷ୍ମଣ ନାୟକ ମୁଖ୍ୟ ଚାରି ଛକଠାରେ SUCI କମିନିଷ୍ଟ୍ ପାର୍ଟି ତରଫରୁ ଗଭୀର ଶକସଭା ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୈପାରିଗୁଡ଼ା ସହରର ବିଭିନ୍ନ ରାଜନୈତିକ ଦଳର ଲୋକେ ମଧ୍ୟ ଶକସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ମୃତକଙ୍କ ପାଇଁ ପ୍ରତି ଗଭୀର ଦୁଃଖ ପ୍ରକାଶ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏବଂ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟରେ ଲଗିଥିବା ସମସ୍ତ ଟିମ୍ କୁ ପ୍ରସଂଶା କକରିଥିଲେ ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ