।। ବାଲିଗୁଡାରେ ସାଂସଦଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ।।

Oct 22, 2024 - 15:38
 0  11
।। ବାଲିଗୁଡାରେ ସାଂସଦଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ।।

କନ୍ଧମାଳ : (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡ ର ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ଦିବାକର ସାହୁ , ନଗର ଭାଜପା ଉପସଭାପତି ମନୋଜ କୁମାର ରଥ, ସଞ୍ଜୟ କୁମାର ଦାସ, ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତା ଜଗନ୍ନାଥ ବିଷୋୟୀ, କାଉନସିଲର ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ସୁଦୂର ପ୍ରସାରି ଜନହିତକର ଯୋଜନା ସମ୍ବନ୍ଧ ରେ ଜନସାଧାରଣ କୁ ଅବଗତ କରିଥିଲେ l ୧୩ ନଂ. ୱାର୍ଡ ରେ ବିଭିନ୍ନ ସମସ୍ୟାଥିବା ସ୍ୱତ୍ତେ ପୂର୍ବ ସରକାର ଅମଳ ରେ ସମାଧାନ ହୋଇ ପାରିନଥିଲା, ବର୍ଷ ବର୍ଷ ଧରି ସାହି ବାସିନ୍ଦା ଘର ଡିହ ପଟା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବଞ୍ଚିତ ଥିଲେ, ଲୋକଙ୍କୁ ସରକାର ଙ୍କ ଯୋଜନା ହାତପାହାନ୍ତା ରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ବାଲିଗୁଡା ରେ ନୂଆସରକାର ଓ ସାଂସଦ ଙ୍କ ପ୍ରଥମ କାର୍ଯ୍ୟକ୍ରମ ହୋଇ ଥିବାରୁ ଲୋକେ ଖୁସି ପ୍ରକଟ କରିଛନ୍ତି, ଲୋକଙ୍କ ସରକାର ମୋହନ ସରକାର ଙ୍କ ପ୍ରତି ଲୋକେ ଆସ୍ଥା ପ୍ରକଟ କରିଛନ୍ତି l ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ୧୫୦ ରୁ ଉର୍ଦ୍ଧ ଅଭିଯୋଗ ପତ୍ର ସାଂସଦ ପ୍ରତିନିଧିଙ୍କୁ ୱାର୍ଡ ବାସିନ୍ଦା ଦେଇଛନ୍ତି l ସରକାରୀ ଗାଇଡ଼ ଲାଇନ ଅନୁସାରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଦେବା ପାଇଁ ପ୍ରାଥମିକତା ଦିଆଯିବ ବୋଲି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ପ୍ରକାଶ କରିଛନ୍ତି l

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ