।। ବାରିପଦାରେ ପ୍ରଥମ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ।।

Jul 7, 2024 - 18:08
 0  11
।। ବାରିପଦାରେ ପ୍ରଥମ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ।।

କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟିତ। ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରୀଡା ବିଭାଗ ଏବଂ ଓଡିଶା ସନ୍ତରଣ ଆସୋସିଏସନର ମିଳିତ ଆନୁକୂଲ୍ୟରେ ପ୍ରଥମ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବାରିପଦାସ୍ଥ ଦେବେନ୍ଦ୍ରପୁର ଠାରେ ନୂତନ ଭାବେ ନିର୍ମିତ ବିଜୁ ପଟ୍ଟନାୟକ ସନ୍ତରାଣାଗାର ଠାରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ମାନଙ୍କୁ ନେଇ ଏହି ପ୍ରତିଯୋଗିତା ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ଶ୍ରୀମତୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜ ଦେଓ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ପୌରପାଳିକା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ସମୁଦାୟ ୪୫ଟି ବର୍ଗରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମର ସଂଯୋଜନା, ସନ୍ତରାଣାଗାରର ସମ୍ପାଦକ ଶ୍ରୀ ଲକ୍ଷ୍ମୀ ଚନ୍ଦ୍ର ମହାକୁଡ଼ କରିଥିବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅନନ୍ତ ମୋହନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ