ବାରିପଦାରେ ଜିଲ୍ଲା ସ୍ତରୀୟ କଳା ପ୍ରଦର୍ଶନୀ ଅନୁଷ୍ଠିତ:ଚିତ୍ରକଳା ପିଲାଙ୍କ ସୃଜନୀ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ
ବାରିପଦା ତା ୧୯/୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ସ୍ଥାନୀୟ ଶିଶୁ ଉଦ୍ୟାନ ଠାରେ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଏବଂ ବାରିପଦା ମ୍ୟୁନିସିପାଲଟିଙ୍କ ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି. ପ୍ରଦର୍ଶନୀରେ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪ଟି ଗ୍ରୁପରେ ବିଭକ୍ତ ହୋଇ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ପିଲା ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ. ଚଳିତ ବର୍ଷର ଥିମ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ଉପରେ ଶିଶୁ ଉଦ୍ୟାନରେ ସକାଳ ୧୦ଟାରୁ ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୫୦ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିବା ବେଳେ, ସଂଧ୍ୟାରେ ବାରିପଦା ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପରେ ପୁରସ୍କାର ବିତରଣ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡିଭାଇନ ଡିପ୍ଲମା କଲେଜର ଡିନ ଡ଼ ରଂଜିତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା ଏବଂ କ୍ରିଏଟିଭ ସ୍କୁଲଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ପ୍ରିନ୍ସିପାଲ ରବୀନ କୁମାର ମହାପାତ୍ର, ଶ୍ରୀ ଜଗନ୍ନାଥ କଳା ଏକାଡେମୀର ପ୍ରିନ୍ସିପାଲ ଶୁଭସ୍ମିତା ଭାରତୀ ହୋତା ଏବଂ ଟ୍ରଷ୍ଟି ରାକେଶ କୁମାର ବେହେରା ପ୍ରମୁଖ ଯୋଗଦେଇ ଚିତ୍ରକଳା ପିଲାଙ୍କ ସୃଜନୀ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି କହିଥିଲେ. କଳା ଶିକ୍ଷକ ଚିରଞ୍ଜୀବ ସାହୁ, ପ୍ରକାଶିନୀ ସାହୁ, ମାମୁନି ଧଳ, ନୃତ୍ୟ ଗୁରୁ ତପନ କୁମାର ବେହେରା, ସୁଜିତ କୁମାର ଧଳ, ସାଇରା ପ୍ରଧାନ, ଯୋଗ ଗୁରୁ ଚନ୍ଦନ ମିଶ୍ର ଓ ସଞ୍ଚାଳକ ହରେନ୍ଦ୍ର ମହାନ୍ତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା. ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ, ଅଙ୍କୁର ଖୁରାନା, ପବିତ୍ର ମୋହନ ପାଢ଼ୀ, ଦେବାଶିଷ ନାୟକ, ସୁକୁଲ ସୋରେନ ଏବଂ ଏନଏସଏସ ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0