ବାରିପଦା ଠାରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନର ଉଦଯାପନୀ ଦିବସ ଅନୁଷ୍ଠିତ

Sep 4, 2025 - 20:22
 0  7
ବାରିପଦା ଠାରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନର ଉଦଯାପନୀ ଦିବସ ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଓଡିଶା ସରକାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ସାଂସଦ (ରାଜ୍ୟସଭା), ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ସାଂସଦ ଲୋକସଭା, ମୟୂରଭଞ୍ଜ ଓ ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବାରିପଦା, ଉପନଗରପାଳିକା ଶ୍ରୀମତୀ ସୀମା ଦାସ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସପନ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ସହରାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଇତ୍ୟାଦି ମୌଳିକ ଆବଶ୍ୟକତା ସହଜରେ ଉପଲବ୍ଧ ହେଉଥିବାରୁ ଲୋକମାନେ ସହରାଭିମୁଖୀ ହେଉଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କ ଆବଶ୍ୟକତା କୁ ମେଣ୍ଟାଇବା ପାଇଁ ସହରୀକରଣ ଯୋଜନାରେ ସହରର ପରିଧିକୁ ପରିବର୍ଦ୍ଧିତ କରି ବିଭିନ୍ନ ବର୍ଗର ଗୃହ ନିର୍ମାଣ କରାଯାଇ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ଯୋଜନା କରାଯାଉଛି। ଏହି ପରିପ୍ରେକ୍ଷୀରେ ସହରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଗକୁ ହେବାକୁଥିବା ଜନ କଲ୍ୟାଣକାରି ଯୋଜନା ଯଥା, ବର୍ଷା ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ଉତ୍ତମ ପରିମଳ ବ୍ୟବସ୍ଥା,ରିଙ୍ଗ ରୋଡ଼ ନିର୍ମାଣ, ସହରକୁ ଉତ୍ତପ୍ତିକରଣରୁ ମୁକ୍ତ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ବୃକ୍ଷ ରୋପଣ ସହ ବୁଢ଼ାବଳଙ୍ଗନଦୀ ଜଳକୁ ସଂରକ୍ଷଣ ପାଇଁ ବ୍ୟାରେଜ ନିର୍ମାଣ, ମଲ୍ଟି ପରପଜ ମାର୍କେଟ କଂପ୍ଲେକ୍ସ/ ହାଟ କଂମ୍ପ୍ଲେକ୍ସ ନିର୍ମାଣ, ଶ୍ମସାନ ନିର୍ମାଣ, ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ, ଯାନବାହାନ ସୁଗମ ଯାତାୟାତ ପାଇଁ ଫ୍ଲାଇଓଭର ନିର୍ମାଣ, ନୂତନ କଲେକଟୋରେଟ ଗୃହ ନିର୍ମାଣ, ମଣ୍ଡଳ କାରାଗାର ସ୍ଥାନାଂତର, ଶ୍ରୀଜଗନ୍ନାଥ ମନ୍ଦିର ସହ ସହରର ଅନ୍ୟାନ୍ୟ ମନ୍ଦିରର ଉନ୍ନତିକରଣ, ଐତିହ୍ୟରାଜି ର ଉନ୍ନତିକରଣ, ପାର୍କ ଓ ପାଠାଗାର ଉନ୍ନତି, ସହରକୁ ବସ୍ତି ମୁକ୍ତ, ଗୋଶାଳା ନିର୍ମାଣ ଇତ୍ୟାଦି ବିଷୟରେ ମନ୍ତ୍ରୀ ଅବଗତ କରିଥିଲେ।

ସ୍ବାୟତ୍ତ ଦିବସ ପାଳନ ଉଦଯାପନୀ ଅବସରରେ ବାରିପଦା ସହରରେ ୱାର୍ଡ ନମ୍ବର ୨୭ ତକତପୁର, ୱାର୍ଡ ନମ୍ବର ୨୧ ମୁର୍ଗାବାଡ଼ି, ୱାର୍ଡ ନମ୍ବର ୦୯ ବାରୁଣୀ ରୋଡ଼, କେ ସି ଗୋଲେଇ ଠାରେ ନୂଆ ପ୍ରକଳ୍ପ ର ଶିଳା ନାସ ଓ କିଛି ନିର୍ମିତ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଥିଲା । ଏହି ଅବସରରେ ସହରର ବୟୋଜ୍ୟଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡ଼. ବିଜୟ କୁମାର ଅଗ୍ରୱାଲ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇ, ବହୁବାର ରକ୍ତଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇଥିବା ସମାଜସେବୀ ଅମର ସେଠୀ, ଶବ ବାହକ ଗାଡିର ଚାଳକ ପ୍ରମୋଦ କୁମାର ବେହେରାଙ୍କୁ ତାଙ୍କର ମହତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବାରିପଦା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ପୌରପାଳିକା ତରଫରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗୀୟ ଅଧିକାରୀ, କର୍ମଚାରୀ,ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ, ଜମାଦାର, ସ୍ବର୍ଗରଥ ଚାଳକ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ