।। ବାରିପଦା ଠାରେ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ସୁନେତ୍ର ଶିବିରରେ ଜିଲ୍ଲାପାଳଙ୍କ ଦ୍ୱାରା ଚଷମା ବଣ୍ଟନ ।।

Jul 18, 2024 - 21:07
 0  20
।। ବାରିପଦା ଠାରେ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ସୁନେତ୍ର ଶିବିରରେ ଜିଲ୍ଲାପାଳଙ୍କ ଦ୍ୱାରା ଚଷମା ବଣ୍ଟନ ।।

ବାରିପଦା: ୧୮.୦୭.୨୦୨୪// ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ସୁନେତ୍ର ଯୋଜନା ମାଧ୍ୟମରେ ଚଷମା ବଣ୍ଟନ କରାଯାଇଥିଲା। ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରୟାସ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କହିଥିଲେଯେ ଯୁବାବସ୍ଥା ରୁ ଦୃଷ୍ଟି ଦୋଷ ହେବା ଆଜିକା ସମୟରେ ଏକ ଚିନ୍ତାଜନକ ବିଷୟ ଏବଂ ଏଥି ନିମନ୍ତେ ସଜାଗ ରହିବା ନିହାତି ଆବଶ୍ୟକ। ଅଧିକ ମାତ୍ରାରେ ମୋବାଇଲ ଫୋନ, ଦୂରଦୃଷ୍ଟିସମ୍ପନ୍ନ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମାନଙ୍କର ବ୍ୟବହାର କମ କରିବା ଆବଶ୍ୟକ ବୋଲି ଶ୍ରୀ ଶିନ୍ଦେ କହିଥିଲେ। ସୂଚନା ଥାଉକି ଜିଲ୍ଲାରେ ସର୍ବମୋଟ ୨,୯୪୭ ଜଣ ଛାତ୍ର ଛାତ୍ରୀ ଦୃଷ୍ଟି ଦୋଷ ସମସ୍ୟା ସହିତ ଚିହ୍ନଟ ହୋଇଥିବା ବେଳେ ବାରିପଦାରେ ଆଜି ୩୦୦ ଜଣଙ୍କୁ ଚଷମା ବଣ୍ଟନ କରା ଯାଇଥିଲା। ଆଗାମୀ ଦିନ ଗୁଡିକରେ ସମସ୍ତ ବ୍ଲକ ମାନଙ୍କରେ ଏହି ଦୃଷ୍ଟି ଦୋଷ ସମସ୍ୟା ଥିବା ଛାତ୍ର ଛାତ୍ରୀଙ୍କୁ ସୁନେତ୍ର ଶିବିର ମାଧ୍ୟମରେ ଚଷମା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।ଆଜିର ଏହି କାର୍ଯ୍ୟକ୍ରମର ସଂଯୋଜନା ତଥା ସଂଚାଳନା, ମୟୂରଭଞ୍ଜ ଡିପିସିର ସଂଯୋଜକ, ଶ୍ରୀ ଆରକେ ନାୟକ କରିଥିବା ବେଳେ ଗୋଷ୍ଠି ସମ୍ବଳ ଶିକ୍ଷକ ଶ୍ରୀମତୀ ରେଖାରଣୀ ଦାସ ଓ ଶ୍ରୀ ଦିଲୀପ କୁମାର ଦାସ ତଥା ସମସ୍ତ ଗୋଷ୍ଠି ଆଞ୍ଚଳିକ ସାଧନ କର୍ମୀଙ୍କ ସହଯୋଗରେ ଶିବିରଟି ପରିଚାଳିତ ହୋଇଥିଲା।

 ମୟୂରଭଞ୍ଜ, ବାରିପଦା ରୁ ଗୌର ଦାସଗିରି ଙ୍କ ରିପୋଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ