।। ବାରିପଦା ଠାରେ ଜିଲ୍ଲା ସ୍ତରୀୟ ହାକାଥନ -୨୦୨୪ ଆୟୋଜିତ ।।

Aug 7, 2024 - 19:19
 0  14
।। ବାରିପଦା ଠାରେ ଜିଲ୍ଲା ସ୍ତରୀୟ ହାକାଥନ -୨୦୨୪ ଆୟୋଜିତ ।।

ବାରିପଦା:୦୭.୦୮.୨୦୨୪// ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ବୁଧବାର ଦିନ ବାରିପଦାର କାଠପାଳ ସ୍ଥିତ ସାଇ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ହାକାଥନ -୨୦୨୪ର ଉଦ୍ଘାଟନ ହୋଇଯାଇଛି। ଏହି ହାକାଥନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଶୀଘ୍ର ଏବଂ ବୁଦ୍ଧିମତାର ସହିତ ଛାତ୍ର, ଛାତ୍ରୀ ମାନେ କିଭଳି ଏକ ବୈଜ୍ଞାନିକ ପ୍ରକଳ୍ପକୁ ଉପସ୍ଥାପନ କରିପାରିବେ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇଥିବା ବେଳେ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏହି ହାକାଥନ -୨୦୨୪ରେ ଅଂଶ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ସମସ୍ତ ବୈଜ୍ଞାନିକ ପ୍ରକଳ୍ପ ଗୁଡିକ ବୁଲିଦେଖିବା ସହିତ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ନାୟକ ଏହି ହାକାଥନର ଉଦ୍ଦେଶ୍ୟ, ବର୍ତ୍ତମାନ ଯୁଗ ଉପଯୋଗୀତା ଏବଂ କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଶ୍ରୀ ଶଶୀଧର ସିଂ ଯୋଗ ଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପବିତ୍ର ମୋହନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିବସର ଶେଷ ତଥା ସ୍ୱସ୍ତିବାଚନିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡଃ ଏମ. ହିମବିନ୍ଦୁ, ପ୍ରଫେସର, ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରକଳ୍ପ ଦକ୍ଷତା ତଥା ଏହି ହାକାଥନ ଆୟୋଜନର ଭବିଷ୍ୟତ ଲକ୍ଷ ବିଷୟରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଆଲୋଚନା କରିଥିଲେ। ଏହି ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଡଃ ଗାର୍ଗୀ ମହାନ୍ତି, ସହକାରୀ ପ୍ରଫେସର, ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟ ଯୋଗ ଦେଇଥିବା ବେଳେ ଏସ୍.ଭି.ଏମ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ଡଃ ପ୍ରଭଞ୍ଜନ ରାଉତ ଏହି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ, ସମ୍ପୂର୍ଣ୍ଣ ରୂପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି ଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା ଏବଂ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ଏହି ହାକାଥନ କାର୍ଯ୍ୟକ୍ରମରେ ଯୋଗ ଦାନ କରି ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

 ମୟୂରଭଞ୍ଜ, ବାରିପଦାରୁ - ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ