ବାଦିଲି ଗ୍ରାମରେ ପ୍ରଥମ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁଲିଆମାଳ ଓ କୁସୁମଖୁଣ୍ଟି ମଧ୍ୟରେ ଫାଇନାଲ ମ୍ୟାଚରେ କୁଲିଆମାଳ ବିଜୟୀ

Jan 11, 2025 - 19:50
 0  78
ବାଦିଲି ଗ୍ରାମରେ ପ୍ରଥମ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁଲିଆମାଳ ଓ କୁସୁମଖୁଣ୍ଟି ମଧ୍ୟରେ ଫାଇନାଲ ମ୍ୟାଚରେ କୁଲିଆମାଳ ବିଜୟୀ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ମହକୁମା ଅନ୍ତର୍ଗତ ବାଦିଲି ଗ୍ରାମ ଠାରେ ପ୍ରଥମ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ∣ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ ଦିନ ଧରି ହୋଇଥିବା ବେଳେ ତା -୧୦-୦୧-୨୦୨୫ ରିଖ ଶୁକ୍ରବାର ଦିନ କୁଲିଆମାଳ ଓ କୁସୁମଖୁଣ୍ଟି ମଧ୍ୟରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚ ତା -୦୩-୦୧-୨୦୨୫ ରିଖ ଆରମ୍ଭ ହୋଇଥିଲା ∣ ଏହି ମ୍ୟାଚ ୭ ଟି ପଞ୍ଚାୟତ ରୁ ୧୬ ଟି ଗ୍ରାମରୁ ୧୬ ଟି ଦଳ ଯୋଗଦାନ କରିଥିଲେ ଓ ପ୍ରତିଦିନ ଦୁଇଟି ମ୍ୟାଚ ୧୦ ଓଭର ଖେଳ ହେଉଥିଲା ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ମ୍ୟାଚରେ ପ୍ରତିଦିନ ଦୁଇ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଥିଲା ∣ ପ୍ରଥମ ଉଦଘାଟନ ମ୍ୟାଚରେ କିସର ପ୍ରୋଜେକ୍ଟ କୋଡ଼ିନେଟର ଶ୍ରୀଯୁକ୍ତ ଦୁଷ୍ମନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ୮ ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତାରେ ପ୍ରତିଦିନ ପ୍ରତି ମ୍ୟାଚରେ ୬ ଟି ପଞ୍ଚାୟତର ୬ ଜଣ ସରପଞ୍ଚ ଯୋଗଦାନ କରିଥିଲେ ଓ ସମିତି ସଭ୍ୟ ମାନେ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ସେମି ଫାଇନାଲ ମ୍ୟାଚରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ∣ ଫାଇନାଲରେ ୧୨ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଯାହା କୁଲିଆମାଲ ଓ କୁସୂମଖୁଣ୍ଟି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ କୁଳିଆମାଲ ଦଳ ବିଜୟୀ ହୋଇଥିଲା ∣ ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଗଣ୍ଡ ବାରଝୋଲା ସରପଞ୍ଚ ମୁରଲୀ ପଧାନ, ଚାଁଚେର ସରପଞ୍ଚ ବିକାଶ ପଧାନ, ତଳବେଳ ଗାଁ ସରପଞ୍ଚ ପ୍ରତିନିଧି ଶ୍ରୀକାନ୍ତ ବେହେରା, କୁଳିଆମାଳ ସରପଞ୍ଚ ପ୍ରତିନିଧି ଉତ୍ତମ ସାହୁ ଓ କୁଟ୍ରୁଖମାର ସରପଞ୍ଚ ପ୍ରତିନିଧି କରୁଣା ଚଣ୍ଡୀ ଯୋଗଦେଇ ଥିବା ବେଳେ ବରିଷ୍ଠ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଦୁଷ୍ମନ୍ତ ପ୍ରଧାନ ଓ ଶ୍ରୀଯୁକ୍ତ ଅଶୋକ ରାଉତଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ, ଯୁଗେଶ୍ୱର ବାଗ, ପ୍ରୁଥିଭିରାଜ ନିଆଲ, ବିଷ୍ଣୁ ଚରଣ ସ୍ୱାଇଁ ଯୋଗ ଦେଇଥିଲେ । ଏହି କ୍ରିକେଟ ଟୁର୍ନାମେଣ୍ଟର ଖେଳ ପରିଚାଳନା କରିଥିଲେ ମାସୁକ ଅଲ୍ଲି ଖାଁ, ମମତାଜ ଅଲ୍ଲୀ ଖାଁ, ମଞ୍ଜୁର ଅଲ୍ଲୀ ଖାଁ, ମୁଜାଫର୍ ଅଲ୍ଲି ଖାଁ, ସୁଲେମାନ ଅଲ୍ଲୀ ଖାଁ, ତ୍ରିଲୋଚନ ବେହେରା, ସଲ୍ଲୁ, କପିଲେଶ ମାଝୀ, ସୁରୁ ସିଂ ମାଝି, ଆକାଶ, ଅରବଜ ଅଲ୍ଲୀ ଖାଁ, ଗମ୍ଭୀର ଦଣ୍ଡସେନା, କାର୍ତିକ ଦଣ୍ଡସେନା, ସର୍ଜଳ ନିଆଲ ଓ ବାଦିଲି ଗ୍ରାମର ସମସ୍ତ କ୍ରିକେଟ ଖେଳାଳୀମାନେ, ଏବଂ ଏହି ମ୍ୟାଚରେ ଅମ୍ପାୟର ଭାବରେ ମମତାଜ୍ ଅଲ୍ଲି ଖାଁ ଓ ତ୍ରିଲୋଚନ ବେହେରା ଖେଳକୁ ସମ୍ପୂର୍ଣ୍ଣ କରିଥିଲେ ∣

କଳାହାଣ୍ଡିରୁ ଜିଲ୍ଲା ଭବାନୀ ପାଟଣାରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ