।। ବାଇକ ସହିତ ସ୍କୁଟରର ମୁହାଁମୁହିଁ ଧକ୍କାରେ ଦୁଇ ମୃତ ।।

Apr 25, 2024 - 23:13
 0  432
।। ବାଇକ ସହିତ ସ୍କୁଟରର ମୁହାଁମୁହିଁ ଧକ୍କାରେ ଦୁଇ ମୃତ  ।।

ଘଟଗାଁ ଥାନାର ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଠାରୁ ଘଟଗାଁ ଯିବା ରାସ୍ତାର ଭାରତ ପେଟ୍ରୋଲ୍ ପମ୍ପ ନିକଟରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୂଚନା ମିଳିଛି ଯେ ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଟିକିରା ଗ୍ରାମର ବିମଳ ମାଝିଙ୍କ ସାନପୁଅ ଦେବକାନ୍ତ ମାଝି(ପପୁ),୨୨ ବର୍ଷ ଏକ ସ୍ପିଡ ବାଇକ, ଓଡ଼ି ୦୯ ଟି ୮୭୭୨ ଯୋଗେ ଢେଙ୍କିକୋଟ ଠାରୁ ନିଜ ଗ୍ରାମ ଆଡକୁ ଯାଉଥିବା ବେଳେ ଘଟଗାଁ ପଟରୁ ଆସୁଥବା ଏକ ସ୍କୁଟର,ଓଆର ୦୯ ଏଲ ୪୨୧୪ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏ ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁହେଁ ବହୁତ ଦୂରକୁ ଛିଟିକି ପଡ଼ିଥିଲେ, ଗାଡି ଦୁଇଟି ଚୂରମାର ହୋଇଯାଇଥିଲା। ଦୁହିଁଙ୍କୁ ସଂଗେସଂଗେ ଟୋଲ ଗେଟ ଆମ୍ବୁଲାନସ୍ ୧୦୩୩ ଯୋଗେ ଘଟଗାଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ପରେ ବି ଦୁହେଁ ମୃତ୍ୟୁବରଣ କରିଥିଲେ। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିଛନ୍ତି ଓ ତଦନ୍ତ ଚାଲୁ ରଖିଛନ୍ତି। ତେବେ ସ୍କୁଟର ଚାଳକର ନାମ ଶିବ ନନ୍ଦନ ପ୍ରଧାନ, ନିଜ ଘର ଝାଡ଼ଖଣ୍ଡ ରାଜ୍ୟରେ। ସେ ଘଟଗାଁ ନିକଟସ୍ଥ ଗୋଳାବନ୍ଧ ଠାର ବନ୍ଧୁ ଘରେ ରହି ଡିମ୍ବୋ କଲେଜରେ ପାଠ ପଢୁଥିଲା ବୋଲି ଜଣାପଡିଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ